ଆନ୍ତଃରାଜ୍ୟ ଖଣିଜ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ

ଯୋଡ଼ା,୧୭ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରି ପୋଲିସ ଏକ ଆନ୍ତଃରାଜ୍ୟ ଖଣିଜ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ରୁଗୁଡ଼ି ଥାନା ଚୋରମାଲଦା ଅଞ୍ଚଳର ସଚିନ ମହାକୁଡ,ସତୀଶ ଖଛପ, ଝାଡ଼ଖଣ୍ଡ ରାଜ୍ୟ ମଝିଗଁା ଥାନା ଅଧୀନ ଖରପୋସ ଅଞ୍ଚଳର ଏମ୍‌ଡି ତସିମ, ସହିବୁଲ ଆନ୍‌ସାରୀ, ତସିବୁଲ ଆନ୍‌ସାରୀ, ମହମ୍ମଦ ଅଲ୍ଲୀ ଓ ଆନ୍‌ସାରୁ ଆନ୍‌ସାରୀ। ଚଢ଼ାଉ ବେଳେ ପୋଲିସ ଏକାଧିକ ଗାଡ଼ି ଜବତ କରିଛି। ଏ ନେଇ ପୋଲିସ ଦଫା ୩୭୯,୧୨୦(ବି) ଓ ୨୧ ଏମ୍‌ଏମ୍‌ଡିଆର୍‌ ଆକ୍ଟରେ ଏକ ମାମଲା(ନଂ.୧୧୬/୨୩) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ଶନିବାର ରାତି ୮.୩୦ମିନିଟ ସମୟରେ ବାମେବାରି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସୁନ୍ଦରଗଡ଼-କେନ୍ଦୁଝର ଜିଲା ସୀମାନ୍ତ ଅଞ୍ଚଳରୁ ମାଙ୍ଗାନିଜ ବୋଝେଇ ହୋଇ ୨ ମିନିଟ୍ରକ୍‌ରେ ପରିବହନ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା। ପରେ ଏହି କାରବାରରେ ସହଯୋଗ କରୁଥିବା ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ କାର ଓ ଏକ ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଥିଲା। ଜବତ ଦୁଇଟି ଟ୍ରକ୍‌ରେ ପ୍ରାୟ ୪ ମେଟ୍ରିକଖ ଟନ୍‌ରୁ ଊଦ୍ଧର୍‌ବ ମାଙ୍ଗାନିଜ ବୋଝେଇ ହୋଇଥିବା ପୋଲିସ ସୂଚନା ଦେଇଛି।
ସେହିପରି ଗତ ଏକ ସପ୍ତାହ ମଧ୍ୟରେ ଯୋଡ଼ା ଖଣି ମଣ୍ଡଳସ୍ଥିତ ସିଲିିଯୋଡା କୁଦରସାହି ନିକଟସ୍ଥ ଜଙ୍ଗଲରେ ଚୋରା କାରବାର ହେଉଥିବାବେଳେ ପ୍ରାୟ ୧୧୬ ମେଟ୍ରିକ୍‌ ଟନ୍‌ ହାଇଗ୍ରେଡ୍‌ ମାଙ୍ଗାନିଜ ଜବତ ହୋଇଥିଲା। ବନାଞ୍ଚଳରେ ମାଙ୍ଗାନିଜ ଉତ୍ତୋଳନ କରୁଥିବା ବେଳେ ଗୋଟିଏ ଜେସିବି ମେଶିିନ ଓ ଗୋଟିଏ ହାଇୱା ଟ୍ରକ୍‌କୁ ପୋଲିିସ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେଣେ ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟ ପକ୍ଷରୁ ଚମ୍ପୁଆ-ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତରେ ସିଜି ୦୬ ଏମ ୦୫୯୯ ଟ୍ରକ୍‌ର ଟ୍ରାଞ୍ଜିଟ ପାସ୍‌ ଯାଞ୍ଚ କରିଥିଲା। ଜାଲ୍‌ ଟ୍ରାଞ୍ଜିଟ ପାସ୍‌ ବ୍ୟବହାର କରି ଚୋରାଚାଲାଣ ହେଉଥିବା ଖଣି ବିଭାଗ ଜାଣିବାକୁ ପାଇଥିଲା। ଟ୍ରାଞ୍ଜିଟ ପାସ୍‌ଟି ଓଡ଼ିଶା ଖଣି ନିଗମ ଅଧୀନ ଗୁଆଲି ଖଣିର ବୋଲି ଲେଖାଥିବା ବେଳେ ରାଜ୍ୟ ଖଣି ବିଭାଗ ପକ୍ଷରୁ ନୂତନ ପ୍ରଯୁକ୍ତି ବିଦ୍ୟା କୌଶଳରେ ଟ୍ରାଞ୍ଜିଟ ପାସରେ ଥିବା ବାରକୋଡ୍‌ ଚିତ୍ରଟି ମେଳ ଖାଇ ନ ଥିଲା। ଏହା ନକଲି ବୋଲି ଖଣି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜବତ ଟ୍ରକ୍‌ରେ ପ୍ରାୟ ୨୪ ମେଟ୍ରିକ୍‌ ଟନ୍‌ ମାଙ୍ଗାନିଜ ବୋଝେଇ ହୋଇ ଚୋରାଚାଲାଣ ହେଉଥିଲା। ସୁନ୍ଦରଗଡ଼ ଜିଲା କୋଇଡା, କେନ୍ଦୁଝର ଜିଲା ଯୋଡ଼ା ଓ ବାମେବାରି ପୋଲିସ ସମେତ ଯୋଡ଼ା ଖଣି ବିଭାଗ ଖଣିଜ ଚୋରି ରୋକିବା ଦିଗରେ ସକ୍ରିୟ ହୋଇପଡ଼ିଛନ୍ତି। ତେବେ ଜବତ ହୋଇଥିବା ସମୁଦାୟ ୧୪୪ ମେଟ୍ରିକ୍‌ ଟନ ମାଙ୍ଗାନିଜ ଖଣିଜର ବଜାର ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।