‘ଖଣିଜ ପଦାର୍ଥ ଆମ ବିକାଶର ମାପକାଠି’

ଭୁବନେଶ୍ୱର,୨୪।୧: ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପରିସରରେ ଶକ୍ତି ଏବଂ ପରିବେଶ ସମ୍ବନ୍ଧୀୟ ଏକ ଜାତୀୟସ୍ତରୀୟ କର୍ମଶାଳା ‘ନାନୋ ମ୍ୟାଟେରିଆଲ୍‌ସ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏସ୍‌ଇଆର୍‌ବି ‘ଆସିଲେରେଟ୍‌ ବିଜ୍ଞାନ-କର୍ମଶାଳା’ ସ୍କିମ୍‌ ଏବଂ ସିଏସ୍‌ଆଇଆର୍‌ ଇଣ୍ଟିଗ୍ରେଟେଡ୍‌ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଇନିସିଏଟିଭ୍‌-ଆଇଏମ୍‌ଏମ୍‌ଟି ଦ୍ୱାରା ଉକ୍ତ କର୍ମଶାଳା ସମର୍ଥିତ ବୋଲି କୁହାଯାଇଛି। ଏହି ଅବସରରେ ସିଏସ୍‌ଆର-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ଡ. ସୁଦ୍ଧାସତ୍ୱ ବାସୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ମୁଖ୍ୟ ବୈଜ୍ଞାନିକ ଡ. ଆର୍‌. ଶକ୍ତିଭେଲ୍‌ ଏବଂ ସିଏସ୍‌ଆର-ଆଇଏମ୍‌ଏମ୍‌ଟି ମୁଖ୍ୟ ବୈଜ୍ଞାନିକ ଏବଂ ମାନବ ସମ୍ବଳ ବିଭାଗ ମୁଖ୍ୟ ଡ ଡି.ଏସ୍‌.ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ପ୍ରତିଷ୍ଠାନର ଗବେଷଣାରତ ଛାତ୍ରୀ (ରିସର୍ଚ୍ଚ ସ୍କଲାର) ଶ୍ରଦ୍ଧା ସୁମନ ସ୍ବାଗତ ଅଭିଭାଷଣ ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ସେହିଭଳି ଡ ଆର୍‌. ଶକ୍ତି ଭେଲ୍‌ ନାନୋମାଟଇଏନ୍‌୨-୨୦୨୩ ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।
ଏ ସମ୍ପର୍କରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ଡ. ସୁଦ୍ଧାସତ୍ୱ ବାସୁ କହିଛନ୍ତି, ଦେଶରେ ଯେଉଁ ଖଣିଜ ପଦାର୍ଥଗୁଡିକ ଅଛି, ତାହା ଆମ ବିକାଶର ମାପ କାଠି ହେବ ବୋଲି ଯୁବ ସମାଜକୁ ବୁଝିବାକୁ ପଡିବ। ଏପରିକି ଆମର ଲକ୍ଷ୍ୟ ହେଉଛି ଦେଶ ମଧ୍ୟରେ ଥିବା ଉତ୍ସଗୁଡିକୁ ଗବେଷଣା କରି ଉପଯୁକ୍ତ କାର୍ଯ୍ୟରେ ଲଗାଇବା। ବିଶେଷ କରି ଉକ୍ତ କର୍ମଶାଳା ଦ୍ୱାରା ଆର୍‌ଆଣ୍ଡଡି ପ୍ରୋଜେକ୍ଟ ମାଧ୍ୟମରେ ଛାତ୍ରୀଛାତ୍ରମାନେ ଏ ସମ୍ବନ୍ଧରେ ଅଧିକ ତଥ୍ୟ ମଧ୍ୟ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନରେ ୨କୋଟିର କାରବାର

ଭୁବନେଶ୍ୱର,୧୨।୧ (ଅଭୟ ଦାଶ): ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍‌ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଏସି ମହା ସଞ୍ଚୟ ସେଲ୍‌

ଭୁବନେଶ୍ୱର,୧୨ା୧,(ଅନୁରାଧା ମହାରଣା): ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି) ମହା ସଞ୍ଚୟ ସେଲ୍‌ ଘୋଷଣା କରାଯାଇଛି। ଖରାଦିନ ଆରମ୍ଭ ହେଲେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ...

ପତଞ୍ଜଳି ବିଶ୍ୱବିଦ୍ୟାଳୟର ୪ର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା): ପତଞ୍ଜଳି ବିଶ୍ୱବିଦ୍ୟାଳୟ ମାନବିକତା ଏବଂ ଓରିଏଣ୍ଟାଲ ଷ୍ଟଡିଜ୍‌ ଏବଂ ଦର୍ଶନ ଏବଂ ସଂସ୍କୃତ ବିଭାଗ ପକ୍ଷରୁ ମିଳିତ ଭାବେ ଚତୁର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ...

ଗେମ୍‌ ଚେଞ୍ଜର ସହ ଡା. ଅର୍ଥୋର ବୁଝାମଣା

ନୂଆଦିଲ୍ଲୀ,୧୨।୧: ଦେଶର ଅଗ୍ରଣୀ ଆୟୁର୍ବେଦିକ୍‌ କମ୍ପାନୀ ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଡା. ଅର୍ଥୋ ଏବଂ ବଲିଉଡ୍‌ ଫିଲ୍ମ ‘ଗେମ୍‌ ଚେଞ୍ଜର’...

‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇ ମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧।୧: ଓ୍ବାର୍କ ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ,...

PM ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ: ଏବେ ମୋବାଇଲ ଜରିଆରେ ନିଜ ଘରେ ବସି କରନ୍ତୁ ଆବେଦନ,ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୧୧।୧: ନିଜର ଘର କିଣିବା ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ। ପ୍ରାୟତଃ ଲୋକମାନଙ୍କୁ ନିଜର ଘର କିଣିବା ପାଇଁ ବହୁତ ସମୟ ଲାଗେ। ଅନ୍ୟପକ୍ଷରେ ଦେଶରେ ଏବେ...

ମାତ୍ର ୬ ମାସରେ କରନ୍ତୁ ଏହି କୋର୍ସ: ମନଲାଖି ଚାକିରି ସାଙ୍ଗକୁ ମିଳିବ ମୋଟା ଅଙ୍କର ଦରମା…

ନୂଆଦିଲ୍ଲୀ,୧୧।୧: ଆଇଟି ସେକ୍ଟରରେ ଚାକିରି ଲାଗି ଅନେକ ବିକଳ୍ପ ରହିଛି। ଡିଜିଟାଲର ବିସ୍ତାର ହେବା ପରେ ଚାକିରି ସୁଯୋଗ ମଧ୍ୟ ବଢ଼ୁଥିବା ନଜର ଆସୁଛି। ମାର୍କେଟରେ...

ଟିରା ଷ୍ଟୋରରେ ଟିର୍‌ଟିର ଉତ୍ପାଦ ସମ୍ଭାର

ମୁମ୍ବାଇ,୧୧।୧: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ତଥା ଟିରା ଷ୍ଟୋରରେ କୋରିଆ ସ୍କିନ୍‌ କେୟାର ଏବଂ ମେକ୍‌ଅପ୍‌ ବ୍ରାଣ୍ଡ ଟିରଟିରର ଉତ୍ପାଦଗୁଡିକ ଉପଲବ୍ଧ ହେଉଛି ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image