ଆଫଗାନିସ୍ତାନରେ ଓଲଟିଲା ମିନି ବସ, ୨ ମୃତ, ୮ ଆହତ…

କାବୁଲ,୪।୬ : ଆଫଗାନିସ୍ତାନରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଠାରେ ଆଠ ଜଣ ଆହତ ହୋଇଛନ୍ତି। ପୂର୍ବ ଆଫଗାନିସ୍ତାନର ୱାର୍ଡକ ଠାରେ ଏହି ଘଟଣା ଘଟିଛି।
ଆଫଗାନିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୋଲିସ ମୁଖପାତ୍ର ମହମ୍ମଦ ୟୁସୁଫ ଅସାର କହିଛନ୍ତି ୱାର୍ଡର ବେହସୋଦ ଜିଲାରେ ହଠାତ ଏକ ମିନିବସ ଓଲଟି ପଡିଥିଲା। ଏହି କାରଣରୁ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଡ୍ରାଇଭରଙ୍କ ଅସବଧାନତା ଯୋଗୁଁ ବସ ଓଲଟି ପଡିଥିଲା ବୋଲି ଆଶାର କହିଛନ୍ତି। ଏହି କାରଣରୁ ଦୁର୍ଘଟଣା ଘଟିଥିଲା । ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ, ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି।

ଗତ କିଛି ଦିନ ଧରି ଆଫଗାନିସ୍ତାନରେ ସଡ଼କ ଦୁର୍ଘଟଣା ବହୁତ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ଦ୍ରୁତ ବେଗରେ ବେପରୁଆ ଗାଡି ଚଲାଇବା। ଖରାପ ରାସ୍ତା ଏବଂ ପରିବହନ ନିୟମର ଅଭାବ ସହିତ ଅନ୍ୟାନ୍ୟ କାରଣରୁ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ଆଫଗାନିସ୍ତାନରେ ସଡ଼କ ଦୁର୍ଘଟଣା ଯୋଗୁଁ ୬,୦୩୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସଡ଼କ ଦୁର୍ଘଟଣା ଦୃଷ୍ଟିରୁ ଆଫଗାନିସ୍ତାନ ବିଶ୍ୱରେ ୭୬ ତମ ସ୍ଥାନରେ ରହିଛି।

Share