Categories: ଖେଳ

ବିଜୁଙ୍କ ଜୟନ୍ତୀରେ ମିନି ମାରାଥନ

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ମିନି ମାରାଥନ କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ମିନି ମାରାଥନକୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟର୍ନିବାହୀ ଅଧ୍ୟକ୍ଷ କୁନ ବିହାରୀ ଦାସ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାରାଥନ ପାଇଁ ଦୌଡ଼ ସକାଳ ୭.୩୦ରେ ମୁଖ୍ୟ ଫାଟକ ନିକଟରୁ ଆରମ୍ଭ ହୋଇ ଷ୍ଟାଡିୟମ ପରିକ୍ରମା କରିଥିଲା।
ଏଥିରେ କଳିଙ୍ଗ ଷ୍ଟାଡିୟମର ବିଭିନ୍ନ କ୍ରୀଡ଼ା ଶୃଙ୍ଖଳା ହଷ୍ଟେଲ ଅନ୍ତେବାସୀ, ଏଚ୍‌ପିସି କ୍ରୀଡ଼ାବିତ୍‌, ଓଡିଶା ସ୍କେଟିଂ ଏକାଡେମୀର ପ୍ରଶିକ୍ଷାର୍ଥୀ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା, ବିଜୟାନନ୍ଦ ନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହାକୁ କାର୍ଯ୍ୟକ୍ରମ ଅଧିକାରୀ ନିବେଦିତା ଆଚାର୍ଯ୍ୟ ସଂଯୋଜନା କରିଥିଲେ।

Share