ଆଜିଠୁ ୨ ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍‌’

ଓ୍ବାଶିଂଟନ, ୨୯।୯: ରବିବାରଠାରୁ ପୃଥିବୀକୁ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍‌ ମିଳିବାକୁ ଯାଉଛି। ‘୨୦୨୪ ପିଟି ୫’ ନାମକ ଏକ ଛୋଟ ଆଷ୍ଟେରଏଡ୍‌ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇଛି। ଯାହାଫଳରେ ଏହା ଏକ ଅସ୍ଥାୟୀ ଚନ୍ଦ୍ର ବା ମିନି ମୁନ୍‌ ଆକାରରେ ରବିବାରଠାରୁ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରିବ। ନଭେମ୍ବର ୨୫ ପର୍ଯ୍ୟନ୍ତ ‘୨୦୨୪ ପିଟି ୫’ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଆସିବ, ଯାହାଫଳରେ ୨ ମାସ ପର୍ଯ୍ୟନ୍ତ ଏହି ବିରଳ ମିନି ମୁନ୍‌କୁ ପ୍ରଫେସନାଲ ଟେଲିସ୍କୋପ୍‌ ମାଧ୍ୟମରେ ଦେଖିହେବ ବୋଲି ଜ୍ୟୋତିର୍ବିଜ୍ଞାନୀ ଡ. ଜେନିଫର ମିଲାର୍ଡ କହିଛନ୍ତି।
ଆକାଶରେ ଦେଖାଯାଉଥିବା ଚନ୍ଦ୍ର ପରି ଏହି ମିିନି ମୁନ୍‌ ହେବ ନାହିଁ। ଆଷ୍ଟେରଏଡ ଆକାର ବିଶିଷ୍ଟ ଏହି ଦୁର୍ଲଭ ‘୨୦୨୪ ପିଟି ୫’ ମିନି ମୁନ୍‌ ଗତ ଅଗଷ୍ଟ ୭ରେ ଆବିଷ୍କୃତ ହୋଇଛି। ୧୦ ମିଟର(୩୩ ଫୁଟ୍‌) ବ୍ୟାସ ବିଶିଷ୍ଟ ଏହି ମିନି ମୁନ୍‌ ଆସନ୍ତା ନଭେମ୍ବର ୨୫ ପର୍ଯ୍ୟନ୍ତ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଆସିବ। ଉକ୍ତ ୨ ମାସର ଅବଧି ମଧ୍ୟରେ ଏହି ମିନି ମୁନ୍‌ ପୃଥିବୀ ଚାରିପଟେ ଘୂରି ବୁଲିବ। ତେବେ ଏହା ପୃଥିବୀର ସମ୍ପୂର୍ଣ୍ଣ ଅଂଶ ପରିକ୍ରମା କରିପାରିବ ନାହିଁ। ଆସନ୍ତା ନଭେମ୍ବର ୨୫ ପରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ‘୨୦୨୪ ପିଟି ୫’ ମୁକ୍ତ ହେବ ଏବଂ ଏହା ସୂର୍ଯ୍ୟ ଚାରିପଟେ ଘୂରିବା ଆରମ୍ଭ କରିବ। ବୈଜ୍ଞାନିକଙ୍କ ଅନୁଯାୟୀ, ‘୨୦୨୪ ପିଟି ୫’ ନାମକ ଆଷ୍ଟେରଏଡ୍‌ ଅପେକ୍ଷାକୃତ କମ୍‌ ବେଗରେ ଗତି କରୁଥିବା ସହ ପୃଥିବୀର ନିକଟତର ହୋଇଛି। ତେଣୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସାମୟିକ ଭାବେ ଏହାର ପଥ ପରିବର୍ତ୍ତନ କରିବାକୁ ଅନୁମତି ଦେଇଛି। ଯାହାଫଳରେ ଏହା ରବିବାରଠାରୁ କ୍ଷୁଦ୍ର ଚନ୍ଦ୍ରରେ ପରିଣତ ହେବ। ତେବେ ଉକ୍ତ ମିନି ମୁନ୍‌ ଖାଲି ଆଖିରେ କିମ୍ବା ଛୋଟ ଦୂରବୀକ୍ଷଣ ଯନ୍ତ୍ରରେ ଦୃଶ୍ୟମାନ ହେବନାହିଁ। ପ୍ରଫେସନାଲ ଟେଲିସ୍କୋପ୍‌ରେ ଏହା ଦୃଶ୍ୟମାନ ହୋଇପାରିବ। ଅନ୍ୟପକ୍ଷରେ, ୨୦୫୫ରେ ପୁଣିଥରେ ‘୨୦୨୪ ପିଟି ୫’ ପୃଥିବୀର କକ୍ଷପଥକୁ ଫେରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଏହି ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ପ୍ରଦର୍ଶିତ କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତ୍ରୁଙ୍କୁ ହଟାଇବା ପାଇଁ ଇସ୍ରାଏଲକୁ କାହିଁକି ପଡ଼ିବ ମହଙ୍ଗା, ଜାଣନ୍ତୁ …

ଜେରୁଜେଲମ୍‌,୨୯ା୯: ଇସ୍ରାଏଲ ଏବଂ ହେଜ୍‌ବୋଲ୍ଲା ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ଇସ୍ରାଏଲର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ଆମେରିକୀୟ ରେଟିଂ ଏଜେନ୍ସି ମୁଡି...

ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର...

ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ

ଓ୍ବାଶିଂଟନ, ୨୯।୯: ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ସେଣ୍ଟର(ଆଇଏସ୍‌ଏସ୍‌)ରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆମେରିକୀୟ...

ଜରୁରୀ ଅବତରଣ ବେଳେ ପାକ୍‌ ହେଲିକପ୍ଟର ଦୁର୍ଘଟଣା

ଇସ୍‌ଲାମାବାଦ,୨୮ା୯: ପାକିସ୍ତାନର ଖାଇବର ପଖ୍‌ତୁନଖ୍ବା ପ୍ରଦେଶର ଉତ୍ତର ଓ୍ବାଜିରିସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୮ ଜଣ ଆହତ ହୋଇଛନ୍ତି।...

ହିଜବୁଲ୍ଲା ମୁଖ୍ୟ ନିହତ: ସ୍ପଷ୍ଟ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

ବେରୁଟ,୨୮।୯: ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲା ନିହତ ହୋଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ହିଜବୁଲ୍ଲା...

ମିଳୁ ନାହାଁନ୍ତି ଚାଇନାର ଟପ୍‌ ଇକୋନୋମିଷ୍ଟ, ସି ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଅଛନ୍ତି ନିଖୋଜ

ବେଜିଂ,୨୮।୯: ଚାଇନାର ଏକ ସରକାରୀ ଥିଙ୍କ ଟ୍ୟାଙ୍କର ଜଣେ ଉଚ୍ଚ ଅର୍ଥନୀତିଜ୍ଞ ଗତ କିଛି ମାସ ହେବ ନିଖୋଜ ଥିଲେ। ସେ ଏକ ଘରୋଇ ଅନଲାଇନ...

ବୁଝିଗଲେଣି ମୁଇଜୁ, ଭାରତ ବିନା ଚଳି ପାରିବନି ମାଲଦ୍ୱୀପ

ନୂଆଦିଲ୍ଲୀ/ମାଲେ,୨୮।୯: ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ଅନୁତାପ କରୁଥିବା ଜଣାପଡିଛି। ଏଥିରୁ ଜଣାପଡିଛି ଯେ ସେ ମଧ୍ୟ ବୁଝିଛନ୍ତି ଯେ ତାଙ୍କ ଦେଶ ଭାରତ...

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri