ଏଣିକି ଆପଣ ଯୁଆଡ଼େ ଗଲେ ସାଙ୍ଗରେ ପ୍ରିଣ୍ଟର ନେଇ ଯାଇପାରିବେ। କାରଣ କୌଣସି ଜିନିଷର ପ୍ରିଣ୍ଟ ବାହାର କରିବାକୁ ଆମକୁ ଜେରକ୍ସ କିମ୍ବା ପ୍ରିଣ୍ଟର ଥିବା ଦୋକାନକୁ ଯିବାକୁ ପଡିଥାଏ। ହେଲେ ଏଣିକି ଆପଣ ଯେତେବେଳେ ଚାହିଁବେ ସାଙ୍ଗେ ସାଙ୍ଗେ ପ୍ରିଣ୍ଟ ବାହାର କରିପାରିବେ। ହଁ, ଏପରି ଏକ ମିନି ପ୍ରିଣ୍ଟର ନିକଟରେ ପ୍ରସ୍ତୁତ ହୋଇଛି। ଜାପାନର ବୈଜ୍ଞାନିକମାନେ ଦୀର୍ଘ ପାଞ୍ଚବର୍ଷ ଚେଷ୍ଟା କରି ଏଥିରେ ସଫଳ ହୋଇଛନ୍ତି। ଉକ୍ତ ମୋବାଇଲ୍ ରୋବୋଟିକ୍ ପ୍ରିଣ୍ଟରର ନାମ ରଖାଯାଇଛି ‘ଜୁଟା’। ତାରବିହୀନ ଏହି ପ୍ରିଣ୍ଟରର ଓଜନ ହେଉଛି ମାତ୍ର ୩୫୦ ଗ୍ରାମ। ଏହାକୁ ସ୍ମାର୍ଟଫୋନ୍, ଲାପ୍ଟପ୍ ଏପରି କି କମ୍ପ୍ୟୁଟରରେ ସଂଯୋଗ କରି ପ୍ରିଣ୍ଟ ବାହାର କରିହେବ। ଏଥିରେ ପ୍ରିଣ୍ଟ ବାହାର କରିବାକୁ ଏକ ମିନିଟ୍ରୁ କମ୍ ସମୟ ଲାଗିବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ଜୁଟା ଲାବ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।