ମିନି ସୁଜି ପିଜା

ଆବଶ୍ୟକ ସାମଗ୍ରୀ: ପିଜା ବେସ୍‌ ପାଇଁ-ସୁଜି- ଅଧା କପ୍‌, ଗାଉଳ ଗୁଣ୍ଡ- ୨ଚାମଚ, ଦହି- ଅଧା କପ୍‌, ଚିଲି ଫ୍ଲେକ୍‌ସ- ଅଧା ଚାମଚ, ଅଦା ଓ ରସୁଣ ପେଷ୍ଟ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଳ୍ପ, ବେକିଂ ପାଉଡର- ଅଧା ଛୋଟଚାମଚ, ଲୁଣ ସ୍ବାଦ ଅନୁସାରେ। ପିଜା ଟପିଂ ପାଇଁ- ପିଆଜ ୧ଟି (ମଧ୍ୟମ ଆକାର), କ୍ୟାପସିକମ୍‌- ୧ଟି ଛୋଟ, ଟମାଟୋ- ୧ଟି ଛୋଟ, ଲହୁଣି- ଅଧାକପ୍‌, ପିଜା ଶସ୍‌- ଅଧା କପ୍‌, କଞ୍ଚା ଲଙ୍କା ଓ ଚିଲି ଫ୍ଲେକ୍‌ସ- ଅଳ୍ପ, ଚାଟ ମସଲା- ୧ ଚାମଚ, ଆବଶ୍ୟକ ଅନୁସାରେ ତେଲ।
ପ୍ରଣାଳୀ: ପ୍ରଥମେ ପିଜା ବେସ୍‌ ପାଇଁ ଥିବା ସାମଗ୍ରୀ ମଧ୍ୟରୁ କେବଳ ବେକିଂ ସୋଡାକୁ ଛାଡ଼ି ଅନ୍ୟ ସବୁକୁ ମିଶାଇ ଦିଅନ୍ତୁ। ଆବଶ୍ୟକ ହେଲେ ଅଳ୍ପ ପାଣି ମିଶାଇ ଏକ ଗାଢ଼ା ଘୋଳ ତିଆରି କରନ୍ତୁ। ମିଶ୍ରଣକୁ ୨୦ ମିନିଟ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। ଏହାପରେ ସେଥିରେ ବେକିଂ ସୋଡା ପକାଇ ଭଲଭାବେ ଗୋଳାନ୍ତୁ। ନନ୍‌ଷ୍ଟିକ୍‌ ତାୱା ବସାଇ ସେଥିରେ ତେଲ ପକାନ୍ତୁ। ତାୱାରେ ଏକ ଚାମଚ ଘୋଳ ପକାଇ ଉତ୍ତପମ୍‌ ଭଳି କରନ୍ତୁ। ଦୁଇ ପଟକୁ କମ୍‌ ଆଞ୍ଚରେ ଭଲଭାବେ ସେକନ୍ତୁ। ମିନି ଉତ୍ତପମ୍‌ ଉପରେ ପିଜା ଶସ୍‌ ଲଗାଇ ତା’ପରେ ଚାଟ୍‌ ମସଲା ପକାନ୍ତୁ। ଏହାପରେ ସମସ୍ତ କଟା ହୋଇଥିବା ପରିବାକୁ ପକାଇ ତା’ ଉପରେ ଲହୁଣି ପକାନ୍ତୁ। ମିନି ପିଜାକୁ ନନ୍‌ଷ୍ଟିକ୍‌ ତାୱା ଉପରେ ଲହୁଣି ତରଳିବା ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ତାୱାରୁ କାଢ଼ି ଚିଲି ଫ୍ଲେକ୍ସ ଓ ଗୋଲମରିଚ ଗୁଣ୍ଡ ପକାଇ ସର୍ଭ କରନ୍ତୁ।