ବାଇକ୍‌କୁ ଧକ୍କା ଦେଲା ମିନି ଟ୍ରକ୍‌ : ଗୃହରକ୍ଷୀ ମୃତ, ଶିଶୁ କନ୍ୟା ଓ ବଡ଼ ବାପା ଗୁରୁତର

ରିଆମାଳ,୧୬।୧୨(ଡି.ଏନ୍‌.ଏ)- ଦେବଗଡ଼ ଜିଲା ରିଆମାଳ ଥାନା ଅଧିନ ରେଙ୍ଗାଳବେଡା ହନୁମାନ ମନ୍ଦିର ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମିନିଟ୍ରକ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଧୀରେନ୍ଦ୍ର ସାହୁ (୩୫) ନାମକ ଜଣେ ଗୃହରକ୍ଷୀଙ୍କର ମୃତ୍ୟୁ ଘଟିଛି। ଗୃହରକ୍ଷୀଙ୍କ ସହିତ ବାଇକ୍‌ରେ ବସିଥିବା ତାଙ୍କର ଶିଶୁ କନ୍ୟା ସ୍ନେହାରାଣୀ (୫) ଓ ବଡ଼ବାପା ନାଥ ସାହୁ (୬୩) ଗୁରୁତର ଆହତ ହୋଇଛନ୍ତି। କୁଣ୍ଢେଇଗୋଳା ଥାନା ଅଧିନ କଣ୍ଟାବାହାଳ (ରତାଖଣ୍ଡି) ଗ୍ରାମରେ ସେମାନଙ୍କ ଘର।
ଧୀରେନ୍ଦ୍ର କୌଣସି କାମରେ ଶିଶୁକନ୍ୟା ଓ ବଡ଼ବାପାଙ୍କ ସହ ଏକ ବାଇକ୍‌ ଯୋଗେ ଦେବଗଡ଼କୁ ଆସିଥିଲେ। ସନ୍ଧ୍ୟାରେ ସେମାନେ ନିଜ ଘରକୁ ଫେରୁଥିଲେ। ୫୩ ନମ୍ବର ଜାତୀୟ ରାଜପଥରେ ଏକ ମିନିଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରୁ ତିନିଜଣ ଯାକ ଛିଟିକି ପଡିଥିଲେ। ଧୀରେନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ସ୍ନେହାରାଣୀ ଓ ନାଥ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସୂଚନା ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ଦୁର୍ଘଟଣାଗ୍ରସ୍ତ ମିନିଟ୍ରକ ଓ ବାଇକ୍‌କୁ ଜବତ କରି ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବଡରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଝାଲିଆଗୋଛାକୁ ହରାଇ ଛେଦାଭୂମୀ ଚାମ୍ପିୟନ

ଭଞ୍ଜନଗର,୨୮।୪ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଛା ଠାରେ ଚାଲିଥିବା ମା’ ବଡରାଉଳ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସୋମବାର...

ଗଛକଟାକୁ ନେଇ ଉତ୍ତେଜନା

ବୈଶିଙ୍ଗା,୨୮ା୪(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ବନପାଳ କ୍ଷେତ୍ର ଅନ୍ତର୍ଗତ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଗତ ୧୯ ତାରିଖରେ କାଳବୈଶାଖୀ ପ୍ରଭାବରେ ଉପୁଡ଼ି ପଡ଼ିଥିବା ଗଛକୁ...

ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ...

କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଧର୍ମଗଡ଼, ୨୮ା୪ (ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଚିଲିଚିଲା ଗ୍ରାମର ହେମନ୍ତ ନାଏକ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବାବେଳେ ରବିବାର ଏକ କାର୍‌...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

୨ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଗୁରୁତର

ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।...

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ଟିଟାମିୟମ କମ୍ପାନୀ ଗେଟ ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image