Categories: ଜାତୀୟ

ଝିଅଙ୍କ ବିବାହ ବୟସ ସୀମା ବଢାଇବା ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୧୨: ମହିଳାମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ହୋଇଯାଇଛି। ଏହି ପ୍ରସ୍ତାବ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ବିବାହର ବୟସ ସୀମା ବୃଦ୍ଧି ବିଲ୍‌ ବାଲ୍ୟ ବିବାହ ଆଇନ୍‌ରେ ସଂଶୋଧନ କରାଯିବ। ଏହି ଆଇନ୍‌ରେ ଏବେ ମହିଳାଙ୍କ ବିବାହ ସୀମା ୧୮ ବର୍ଷ ରହିଛି। ଗତ ବର୍ଷ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଏହି ପ୍ରସ୍ତାବ ବିଷୟରେ ଉଲ୍ଲେଖ କରିଥିଲେ।
ଜୟା ଜେଟଲୀଙ୍କ ନେତୃତ୍ୱରେ ଏକ ନୀତି ଆୟୋଗ ଟାସ୍କଫୋର୍ସ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।

ଗତ ବର୍ଷ ଜୁନ୍‌ ମାସରେ ସ୍ଥାପିତ ଟାସ୍କଫୋର୍ସର ସଦସ୍ୟମାନଙ୍କ ମଧ୍ୟରେ ସରକାରୀ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଭି.କେ ପାଲ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଥିଲେ।
ଡିସେମ୍ବରରେ ଏହି ପ୍ରସ୍ତାବ ଉପରେ ସୁପାରିଶ ଦାଖଲ କରାଯାଇଥିଲା। ବିଳମ୍ବ ବିବାହ କରିବା ଫଳରେ ପରିବାର, ଆର୍ଥିକ, ସାମାଜିକ ଏବଂ ସ୍ବାସ୍ଥ୍ୟ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।

Share