ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି କରିଥିବାବେଳେ ଧଳା ସୋରିଷ ୩୦୦, ମସୁର ୨୭୫, ବୁଟ ୨୧୦, ଜ’ ୧୩୦ ଏବଂ କୁସୁମ ୧୪୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। କହିବା ବାହୁଲ୍ୟ ଯେ, ଗହମର ଏମ୍‌ଏସ୍‌ପି ବୃଦ୍ଧି ପାଇବା ପରେ ଏବେ କୁଇଣ୍ଟାଲ ପିଛା ମୂଲ୍ୟ ୨୪୨୫ ଟଙ୍କା ହୋଇଥିବାବେଳେ ଧଳା ସୋରିଷ ୫୯୫୦, ମସୁର ୬୭୦୦, ଜ’ ୧୯୮୦, ବୁଟ ୫୬୫୦ ଏବଂ କୁସୁମର କୁଇଣ୍ଟାଲ ପିଛା ମୂଲ୍ୟ ୫୯୪୦ ଟଙ୍କା ହୋଇଛି। ଏହି ୬ଟି ରବି ଶସ୍ୟର ଏମ୍‌ଏସ୍‌ପି କୃଷକଙ୍କ ପାଇଁ ଉଚିତ ମୂଲ୍ୟ ସ୍ଥିର କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବା ନିଶ୍ଚିତ। କେବଳ ଏତିକି ନୁହେଁ ବୁଟ, ମସୁର, ଧଳା ସୋରିଷର କୁଇଣ୍ଟାଲ ପିଛା ମୂଲ୍ୟ ୨୦୦ରୁ ୩୦୦ ଟଙ୍କା ବୃଦ୍ଧି ଯୋଗୁ ଚାଷୀ ଅଧିକରୁ ଅଧିକ ଜମିରେ ଶସ୍ୟ ଉପତ୍ାଦନ ପାଇଁ ପ୍ରୋତ୍ସାହିତ ହେବେ, ଏଥିରେ ସନ୍ଦେହ ନାହିଁ।
ବିଭିନ୍ନ କୃଷିଜାତ ଉପତ୍ାଦର ମୂଲ୍ୟ ବୃଦ୍ଧି, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗ ଆମ ଦେଶରେ ଜାତୀୟ ରାଜନୀତିକୁ ଉଜ୍ଜୀବିତ କରି ରଖିଛି। କୃଷକଙ୍କ ଆୟ ଦ୍ୱିଗୁଣିତ କହିବା ଦେଶରେ ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ଦଳର ମୁଖ୍ୟ ପ୍ରତିଶ୍ରୁତି ହୋଇ ରହିଛି। ସରକାର ଉଭୟ ଖରିଫ୍‌ ଓ ରବି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତିବର୍ଷ ବୃଦ୍ଧି କରୁଛନ୍ତି, ମାତ୍ର ଏହା ଚାଷୀଙ୍କ ଆୟ ବୃଦ୍ଧି କିମ୍ବା ସମସ୍ୟା ସମାଧାନ କରିବାରେ ସହାୟକ ହୋଇପାରୁନାହିଁ। ବିହନଠାରୁ ଆରମ୍ଭକରି ମଜୁରି, ଜଳସେଚନ, ଚାଷ, ବିଦ୍ୟୁତ୍‌ ଏବଂ କୀଟନାଶକ ଏବଂ ସାର’ର ମୂଲ୍ୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି। କୀଟନାଶକ ଓ ବିଭିନ୍ନ ସାରର ମୂଲ୍ୟ ପ୍ରତିବର୍ଷ ଏପରି ବଢ଼ିଚାଲିଛି ଯେ, ଏମ୍‌ଏସ୍‌ପି ବୃଦ୍ଧି ତା’ ତୁଳନାରେ ଆଜି ସାମାନ୍ୟ ବୋଲି କହିଲେ ଭୁଲ୍‌ ହୋଇ ନ ପାରେ। ସେହିପରି ଦ୍ରୁତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କୃଷିକ୍ଷେତ୍ର ଉପରେ ପଡ଼ିଛି। ଅତିବୃଷ୍ଟି ଓ ଅନାବୃଷ୍ଟି ଯୋଗୁ ବ୍ୟାପକ ଶସ୍ୟହାନି ହେବା ଆମ ଦେଶରେ ଏକ ନିୟମିତ ଘଟଣାରେ ପରିଣତ ହୋଇଛି। ଆହୁରି ମଧ୍ୟ ଶୀତଳଭଣ୍ଡାର ଅଭାବରୁ ଅଭାବୀ ବିକ୍ରି ଯୋଗୁ କୃଷକ ମାତ୍ରାଧିକ କ୍ଷତିର ସମ୍ମୁଖୀନ ହେଉଛି। ଚାଷଜନିତ ବ୍ୟୟ ପାଇଁ କରିଥିବା ଋଣ ପରିଶୋଧ କରି ନ ପାରିବା ଆଶଙ୍କାରେ ଦେଶରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ଏବେ ଉଦ୍‌ବେଗର କାରଣ ହୋଇଛି। ଚାଷୀଙ୍କୁ ଉପତ୍ାଦିତ ଶସ୍ୟର ଦେଢ଼ଗୁଣ ବା ଦୁଇଗୁଣା ଆୟ ସରକାର ଦେଉଥିବା ନେଇ କରିଥିବା ଦାବି କେବଳ ଧୂଅଁାବାଣ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି କହିଲେ ଅତିରଞ୍ଜିତ ହୋଇ ନ ପାରେ। ଅନ୍ୟପକ୍ଷରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଚାଷୀଙ୍କ ପାଇଁ ଯେତିକି ଉତ୍ସାହପଦ, ଖାଉଟିଙ୍କ ଲାଗି ସେତିକି ନୈରାଶ୍ୟଜନକ ବୋଲି କୁହାଯାଇପାରେ। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି କରିବାରେ ଏହା ସହାୟକ ହେବ। ଏବେ ଦେଶରେ ଚାଉଳ, ଡାଲି, ଅଟା, ତେଲଠାରୁ ଆରମ୍ଭକରି ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି। ଅଟା ଓ ଗହମଜାତ ସାମଗ୍ରୀର ମୂଲ୍ୟ ଉପରମୁହଁା ହୋଇଥିବାବେଳେ ଏହାର ପୁଣି ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଉଲ୍ଲେଖଯୋଗ୍ୟ, ଦେଶରେ ଗତ ପହିଲା ସୁଦ୍ଧା ବିଭିନ୍ନ ଗୋଦାମରେ ୨୩.୭୮ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଗହମ ଏବଂ ୩୮.୬୮ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଧାନ ଓ ଚାଉଳ ମହଜୁଦ ରହିଛି। ତେବେ ଦେଶରେ ବାର୍ଷିକ ପ୍ରାୟ ୨୦.୫୨ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଗହମର ଆବଶ୍ୟକତା ରହିଛି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ଦେଶର ୮୦କୋଟି ଲୋକଙ୍କୁ ମାଗଣାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ କିମ୍ବା ଗହମ ଯୋଗାଇ ଦେଉଛନ୍ତି। ତେଣୁ ଏମ୍‌ଏସ୍‌ପି ବୃଦ୍ଧିର ପ୍ରଭାବ ଖାଉଟିଙ୍କୁ ବିଶେଷ ପ୍ରଭାବିତ କରି ନ ପାରେ। ମାତ୍ର ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବାହାରେ ରହିଛନ୍ତି, ସେମାନଙ୍କୁ ମୂଲ୍ୟ ବୃଦ୍ଧି ବାଧିବ, ଏଥିରେ ସନ୍ଦେହର ଅବକାଶ ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ, କୃଷକ ହେଉଛନ୍ତି ଦେଶର ମେରୁଦଣ୍ଡ, ଆର୍ଥତ୍କ ଅଭିବୃଦ୍ଧିର ପ୍ରତୀକ। କୃଷିକ୍ଷେତ୍ରରେ ନିୟୋଜନ ଦେଶରେ ବେରୋଜଗାରି ସମସ୍ୟା କିଛିମାତ୍ରାରେ ସମାଧାନ କରିବାରେ ସହାୟକ ହୋଇଆସୁଛି। ତେଣୁ କୀଟନାଶକ ଔଷଧ, ସାରରେ ରିହାତି ଦେବା ଜରୁରୀ। ସେହିପରି କୀଟ ଓ ରୋଗ ପ୍ରତିରୋଧକାରୀ, ଅତିବୃଷ୍ଟି ଓ ଅନାବୃଷ୍ଟି ସହ୍ୟକାରୀ ଅଧିକ ଅମଳକ୍ଷମ ବିହନ ରିହାତି ଦରରେ ଚାଷୀଙ୍କୁ ଯୋଗାଣ ସୁନିଶ୍ଚିତ କରିବା ଉପରେ ସରକାର ଧ୍ୟାନ ଦେବା ଜରୁରୀ। ମାତ୍ର ସରକାର ଏହାଠାରୁ ବହୁ ଦୂରରେ ଥିବା ମନେହୁଏ।
ଗଙ୍ଗୋତ୍ରୀ ନଗର, ରୋଡ୍‌ ନଂ.-୩, ଶିଶୁପାଳଗଡ଼, ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

ଅର୍ଥନୀତିରେ ହାତୀ

ଓଡ଼ିଶାରେ ହାତୀ ସଂଖ୍ୟା ବୃଦ୍ଧି ଉପରେ ଅଲ୍‌ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌ର ୨୦୨୪ ରିପୋର୍ଟକୁ ନେଇ ସମସ୍ତେ ଖୁସି ହେଉଥିବାବେଳେ ନିୟମିତ ବ୍ୟବଧାନରେ ଘଟୁଥିବା ହାତୀ...

ଏଇ ଭାରତରେ

ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ ଜଣେ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ। ସେ ଶିକ୍ଷାର ମହତ୍ତ୍ୱ ବୁଝି ତାହାକୁ ସାମାଜିକ ସ୍ତରରେ ପ୍ରତିଫଳିତ କରିଛନ୍ତି । ଶିକ୍ଷା...

ଆଳୁ ଖୋଳୁ ଖୋଳୁ ମହାଦେବ

ଥରେ ଜଣେ ଚାଷୀ ନିଜ ବିଲରେ ଆଳୁ ଖୋଳୁ ଖୋଳୁ ତାଙ୍କ କୋଦାଳରେ ପଥର ଭଳି କ’ଣ ବାଜିଲା। ଯେଉଁ ବିଲକୁ ସିଏ ପୁରୁଷାନୁକ୍ରମେ ଚାଷ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri