ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ: ବିଭିନ୍ନ ସ୍ଥାନରେ ତୁଷାରପାତ

ଦାରିଙ୍ଗବାଡ଼ି,୮।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ଶୀତ ଅନୁଭବ ହେଉଛି। ରବିବାର ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବଡିଓ ଗଦାଧର ପାତ୍ର କହିଛନ୍ତି। ଗତ କିଛିଦିନର ବ୍ୟବଧାନ ପରେ ହଠାତ ଶନିବାର ସନ୍ଧ୍ୟାଠାରୁ ଅସହ୍ୟ ଥଣ୍ଡା ପଡିବା ସହ ଜାଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶନିବାର ଏବଂ ରବିବାର ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସି ଦାରିଙ୍ଗବାଡିରେ ରାତ୍ରିଯାପନ କରି ଶୀତର ମଜା ନେଉଛନ୍ତି । ସେହିପରି ୫ ଦିନିଆ ଶୀତ ମହୋତ୍ସବ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଦାରିଙ୍ଗବାଡିରେ ରାତ୍ରୀଯାପନ କରି ଶୀତର ମଜାକୁ ଅନୁଭବ କରିଛନ୍ତି।

Share