ଦାରିଙ୍ଗବାଡି,୧୬।୧୧(ଡି.ଏନ.ଏ ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା ଶୀତ ବଢିବାରେ ଲାଗିଛି। ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଛି। ଏହି କ୍ରମରେ ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ବୃଦ୍ଧି ପାଇଛି। ବୁଧବାର ସକାଳ ସମୟରେ ସର୍ବନିମ୍ନ ୧୦.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବିଡ଼ିଓ ଗଦାଧର ପାତ୍ର କହିଛନ୍ତି। ହାଡଭଙ୍ଗା ଶୀତ ଜନ ଜୀବନ ପ୍ରଭାବିତ କରିଛି। ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ଲୋକେ ରାତି ଏବଂ ଭୋର ସମୟରେ ନିଆଁ ଏବଂ ଖରା ଉପରେ ନିର୍ଭର କରିଛନ୍ତ। ଦାରିଙ୍ଗବାଡିରେ ପର୍ଯ୍ୟଟକ ରାତ୍ରିଯାପନ କରି ଶୀତର ଭରପୁର ମଜା ନେଉଛନ୍ତି। ସକାଳୁ କୁହୁଡି ଏବଂ କାକର ପଡିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି।