ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗୁରୁବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଗରମ ଜୋର୍ରେ ହେଉଥିବାରୁ ବସ୍ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ବସ୍ରେ ବରଫ, ଓଆର୍ଏସ୍ ଏବଂ ପାଣି ମହଜୁଦ ରଖିବାକୁ କୁହାଯାଇଛି।
ବୈଠକରେ ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ସ୍କୁଲ ଓ ଅଙ୍ଗନଓ୍ବାଡ଼ି ୧୬ ତାରିଖ ଯାଏ ବନ୍ଦ ରହିଛି। ଖରା ବଢ଼ିଲେ ପୁଣି ନିଷ୍ପତ୍ତି ନିଆଯିବ। କଲେଜରେ ପରୀକ୍ଷା ଚାଲିଛି। ପରୀକ୍ଷା ସରିଲେ ନିଷ୍ପତ୍ତି ନିଆଯିବ। ଶ୍ରମିକମାନେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବେ। ଏଥିସହିତ ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଝାରସୁଗୁଡ଼ାରେ ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଚାନ୍ଦବାଲିରେ ୪୦.୦ ଡିଗ୍ରୀ, ହୀରାକୁଦରେ ୪୦.୦ ଡିଗ୍ରୀ, କେନ୍ଦୁଝରରେ ୩୯.୨ ଡିଗ୍ରୀ, ବାଲେଶ୍ୱରରେ ୩୮.୪ ଡିଗ୍ରୀ, ଗୋପାଳପୁରରେ ୩୪. ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି।