Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପାଇଁ ପୋଲିସ ଘେରି

ନୂଆଦିଲ୍ଲୀ,୨୩।୨: ଶତାଧିକ ପୋଲିସ କର୍ମୀ, ପାରାମିଲିଟାରୀ ଯବାନଙ୍କ ଛାଉଣୀ ମଧ୍ୟରେ ବୁଧବାର ଉତ୍ତରପ୍ରଦେଶର ଲଖିମବୁର ଖେରି ନିର୍ବାଚନ ଲାଗି ଭୋଟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ କେନ୍ଦ୍ରମନ୍ତ୍ରୀ ପୋଲିସ ଓ ସୁରକ୍ଷା କର୍ମୀ ଘେର ମଧ୍ୟରେ ମତଦାନ କେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳୁଛି।

ଭୋଟ ଦେବା ପରେ ମନ୍ତ୍ରୀ ‘ଭି’ (ବିଜୟ ସୂଚକ) ଚିହ୍ନ ଦେଖାଇଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଲଖିମପୁର ଖେରି ଅଞ୍ଚଳରେ ଚାଷୀଙ୍କୁ ଗାଡ଼ି ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀଙ୍କୁ ପୁଅ ଆଶିଷ ମିଶ୍ରାଙ୍କୁ ଗତ ସପ୍ତାହରେ ଜାମିନ ମିଳିଛି।

 

Share