ବିନା ହେଲ୍‌ମେଟ୍‌ରେ ଯାଇ ତଣ୍ଡ ଗଣିଲେ ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ହେଲ୍‌ମେଟ୍‌ ନ ପିନ୍ଧି ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବାଲେଶ୍ୱର ବିଧାୟକ ସ୍ବରୂପ ଦାସଙ୍କୁ ଟ୍ରାଫିକ ପୋଲିସ ଧରିଛି। ବିନା ହେଲମେଟରେ ସମୀରଙ୍କୁ ପଛରେ ବସାଇ ସ୍ବରୂପ ବାଇକ ଚଳାଇ ବିଭିନ୍ନ ସ୍କୁଲକୁ ଯାଞ୍ଚ ପାଇଁ ଯିବା ବେଳେ ଟ୍ରାଫିକ୍‌ ପୋଲିସ ହାତରେ ହେମକାପଦା ଛକରେ ଧରାପଡ଼ିଥିଲେ। ବାଇକ ମାଲିକଙ୍କ ନାଁରେ ଟ୍ରାଫିକ ପୋଲିସ ୧ ହଜାର ଚାଲାଣ କାଟିଥିଲା । ପରେ ବିଧାୟକ ଟ୍ରାଫିକ୍‌ ଥାନାରେ ପହଞ୍ଚି ୧ ହଜାର ଜରିମାନା ଗଣିଥିଲେ।

Share