ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ସହରର ବହୁଚର୍ଚ୍ଚିତ ଫ୍ଲାଏଓଭର ବ୍ରିଜ ଶୁକ୍ରବାର ଉଦ୍ଘାଟିତ ହୋଇଛି। ହେଲେ ତିନିଦିନ ପୂର୍ବରୁ ଉଦ୍ଘାଟନ ଖବର ପ୍ରକାଶ ପରେ ସହରରେ ଅସନ୍ତୋଷ ଲାଗିରହିଥିଲା। ଶେଷରେ ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରଶାସନ ମନାଇବାରେ ସଫଳ ହୋଇଥିଲା। ତେବେ ଉଦ୍ଘାଟନୀ ସମାରୋହରେ ଭାଜପା ଓ ବିଜେଡି ପରିଆରା ଜାହିର ପାଇଁ ଲଢ଼େଇ କରୁଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ସହ ବିଜେଡି ଜିଲା ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ପ୍ରଧାନ, ଜିଲା ବିଜେଡି ସଭାପତି ସିଦ୍ଧାର୍ଥ ଦାଶ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ଯୁବ କର୍ମୀ ପହଞ୍ଚତ୍ଥିଲେ। ସେହିପରି ବିରୋଧୀ ଦଳ ନେତା ମିଶ୍ରଙ୍କ ସମେତ ସମ୍ବଲପୁର ଏମ୍ପି ନୀତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସମେତ ଭାଜପାର ମହିଳା ଓ ଯୁବ କର୍ମକର୍ତ୍ତା ପହଞ୍ଚତ୍ ଯାଇଥିଲେ। ବିରୋଧୀ ଦଳ ନେତା ମିଶ୍ର ଫିତା କାଟି ଉଦ୍ଘାଟନ କରିବା ପରେ ସେ ଓ ମନ୍ତ୍ରୀ ମଲ୍ଲିକ ଦୁହେଁ ହାତ ଧରାଧରି ହୋଇ ଫ୍ଲାଏଓଭର ବ୍ରିଜ ଉପରେ ଚାଲିଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।