ହଲିଉଡ୍‌ ଫିଲ୍ମ ଓପେନହାଇମକୁ ନେଇ ତେଜୁଛି ବିବାଦ: ବ୍ୟାନ୍‌ ଦାବି କଲା ହିନ୍ଦୁ ସଙ୍ଗଠନ

ନୂଆଦିଲ୍ଲୀ,୨୫।୭: ହଲିଉଡ୍‌ ଫିଲ୍ମ ଓପେନହାଇମରରକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି)କୁ ସ୍ପଷ୍ଟୀକରଣ ମାଗିଛନ୍ତି।

ଚଳଚ୍ଚିତ୍ରରେ ଅଭିନେତ୍ରୀ ଜଣକ ଓପେନହାଇମରଙ୍କ ସହ ସଂଭୋଗ ସମୟରେ ବଡ଼ ପାଟିରେ ଭାଗବତ୍‌ ଗୀତା ପଢ଼ାଉଥିବାର ଦେଖିବାକୁ ମିଳିଛି, ଯାହା ଭାରତୀୟଙ୍କ ଭାବାବେଗକୁ ଆଘାତ ଦେଇଛି। ଏ ନେଇ ବହୁ ହିନ୍ଦୁ ସଙ୍ଗଠନ ଫିଲ୍ମକୁ ବ୍ୟାନ୍‌ କରିବା ନେଇ ଦାବି କରିଛନ୍ତି। ପରମାଣୁ ବୋମାର ମାଷ୍ଟର ମାଇଣ୍ଡ ରବର୍ଟ ଓପେନହାଇମରଙ୍କ ଜୀବନୀ ଉପରେ ଫିଲ୍ମର କାହାଣୀ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ସିଲିୟନ ମର୍ଫି ଅଭିନୟ କରିଛନ୍ତି। ଗତ ଗୁରୁବାର ଏହା ମୁକ୍ତିଲାଭ କରିଛି।

Share