ବେଲଜିୟମରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ବେଲଜିୟମ/ଭୁବନେଶ୍ୱର, ୧୪।୦୭ : ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶୁକ୍ରବାର ସେଠାରେ ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଛନ୍ତି ।
ବେଲଜିୟମର ବ୍ରୁସଲେସ ସହରର ସିଟି ସେଣ୍ଟର ଠାରେ ପ୍ରବାସୀ ଓଡିଆ ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ନାୟକ ଯୋଗ ଦେଇଥିଲେ। ବେଲଜିୟମରେ ରହୁଥିବା ପ୍ରବାସୀ ଓଡିଆମାନେ ଏବେ ବି ନିଜ ଜନ୍ମମାଟି ପ୍ରତି ଆବେଗ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Share