Categories: ଜାତୀୟ

ମିଳିଲାନି ସିଗନାଲ୍‌: ଦୋଳିରେ ଚଢ଼ି ଫୋନ୍‌ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୋପାଳ,୨୨।୨: ମଧ୍ୟପ୍ରଦେଶରେ କେତେକ ଅଞ୍ଚଳରେ ମୋବାଇଲ୍‌ ସିଗନାଲ୍‌ ମିଳୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ବ୍ରଜେନ୍ଦ୍ର ସିଂ ଅଶୋକ ନଗର ଜିଲା ଗସ୍ତ ସମୟରେ ଏକ ଜରୁରୀ ଫୋନ୍‌ କରିବାକୁ ଚାହିଁଥିଲେ। ମାତ୍ର ସିଗନାଲ୍‌ ନ ମିଳିବାରୁ ସେ ବାଧ୍ୟ ହୋଇ ନିକଟରେ ଆମ୍‌କୋହ ଗାଁରେ ଚାଲିଥିବା ଏକ ମେଳାର ଦୋଳିରେ ବସି ୫୦ ଫୁଟ ଉପର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସିଗନାଲ୍‌ ମିଳିବାରୁ ସେ କଥା ହୋଇ ଦୋଳିରୁ ଓହ୍ଲାଇଥିଲେ। ମନ୍ତ୍ରୀ ଦୋଳିରେ ବସି ଫୋନ କରୁଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share