‘ମୋ ବସ୍‌’କୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୩।୭: ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବସ୍‌ ସେବା ଭଲ ଅଛି, ଆହୁରି ବସ୍‌ ସଂଖ୍ୟା ବଢିବ। ଆଉ ୪ଶହ ଇଲେକ୍ଟ୍ରୋନିକ୍‌ ବସ୍‌ ଆସୁଛି, ଖୁବ୍‌ଶୀଘ୍ର ପହଞ୍ଚିବ। ଭୁବନେଶ୍ୱର ଏବଂ କଟକ ପାଇଁ ଶହେ ଲେଖାଏ ବସ୍‌ ରହିବ। ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଆଯିବ।

ବୁଧବାର ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣ ଯାତ୍ରା କଲା ବେଳେ ଯାତ୍ରୀଙ୍କ ସହ କଥା ହୋଇଛନ୍ତି। ଆଉ ଯାତ୍ରୀଙ୍କ ସୁରକ୍ଷା ପଚାରି ବୁଝିଛନ୍ତି।