ଆହାର କେନ୍ଦ୍ରକୁ ନେଇ ଆସିଲା ମନ୍ତ୍ରୀଙ୍କ ବଡ଼ ବୟାନ

ସମ୍ବଲପୁର,୩।୧୦ (ଭବାନୀଶଙ୍କର ଭୋଇ): ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଜେଲ୍‌ ଛକ ସ୍ଥିତ ସାର୍ବଜନୀନ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ସାଧାରଣ ଲୋକଙ୍କ ସହିତ ଧାଡିରେ ଛିଡା ହୋଇ ଟୋକନ କ୍ରୟ କରି ଆହାର ଥାଳି ସଂଗ୍ରହ କରି ଲୋକଙ୍କ ସହ ଭୋଜନ କରିଥିଲେ। ଆହାର କେନ୍ଦ୍ରଙ୍କୁ ଚଳାଉଥିବା ମହିଳା ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିବା ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ। ଲୋକେ ଅନେକ ସମୟରେ ଟୋକନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଦିନ ୧୧ଟାରୁ ଆହାର ପାଇଁ ଟୋକନ ବଣ୍ଟନ ଆରମ୍ଭ ହେଉଥିବା ବେଳେ ଗୋଟାଏ ସୁଦ୍ଧା ଅନେକ ସମୟରେ ଟୋକନ ଶେଷ ହୋଇଯାଉଥିବା ଅନେକ ଲୋକ ଅଭିଯୋଗ କରିଥିଲେ।

ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଥିଲେ ଯେ, ଆହାର କେନ୍ଦ୍ରକୁ ଆସିଥିବା ଲୋକେ ଗୋଟାଏରୁ ଟୋକନ ସରିଯାଉଥିବା ନେଇ ଅଭିଯୋଗ କରିଥିଲେ। ମୁଁ ଗୋଟାଏ ପରେ ଆହାର କେନ୍ଦ୍ରକୁ ପହଞ୍ଚିବା ପରେ ମୋତେ ଟୋକନ ମିଳିବା ସହ ମୋ ପଛରେ ଲାଗିଥିବା ଲୋକଙ୍କୁ ଟୋକନ ମିଳିଥିଲା। ଯଦି ଟୋକନ ସତରେ ସରିଯାଇଥିଲା ତେବେ ପୁଣି ମିଳିଲା କେମିତି।

ସତରେ ଆହାର କେନ୍ଦ୍ରଗୁଡିକରେ ନିର୍ଦ୍ଧାରିତ ସଂଖ୍ୟକ ଟୋକନ ବିକ୍ରି କରାଯାଉଛି ନାଁ କମ ସଂଖ୍ୟାରେ ଟୋକନ ବିକ୍ରି କରାଯାଇ ଅଧିକ ଟୋକନ ବିକ୍ରି ହେଉଥିବା ଦର୍ଶା ଯାଉଛି ତାହା ଅନୁଧ୍ୟାନ ସାପେକ୍ଷ। ଏହାସହ ଗୋଟାଏ ପରେ ଆହାର କେନ୍ଦ୍ରକୁ ପହଞ୍ଚୁଥିବା ଶ୍ରମିକମାନେ ଆହାର ନ ପାଇ ଫେରିଯିବା ସବୁଠାରୁ ଦୁର୍ଭାଗ୍ୟର ବିଷୟ। ତେଣୁ ସତରେ ୫୦୦ ଜଣଙ୍କ ଆହାର ଟୋକନ ସରିଯାଉଛି ତେବେ ଆହାର ଟୋକନ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଶାସନ ସହ କଥା ହେବି ବୋଲି ମନ୍ତ୍ରୀ ପୂଜାରୀ କହିଥିଲେ। ତେବେ ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ପଞ୍ଜିକରଣ ସକାଶେ ଅଧିକ ସଂଖ୍ୟାରେ ଘରୁ ବାହାରକୁ ଆସୁଥିବାରୁ ଟୋକନ କିଛିଦିନ ହେବ ଶୀଘ୍ର ସରିଯାଉଥିବା ମହାନଗର ନିଗମ ପକ୍ଷରୁ ସଫେଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

ଧାରରେ ଆଣି ଖାଇଥିଲେ ସଉଦା, ବାକି ଟଙ୍କା ମାଗିବାରୁ…

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ବାପା ଟୁନା ପାଣିଗ୍ରାହୀଙ୍କୁ ଗ୍ରାମର ନିଳା ଓରଫ ନିଳାଞ୍ଚଳ ମହାରଣା...

ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ

ଦେବଗଡ଼,୩।୧୦(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଜନ୍ମଦାତ୍ରୀ ମା’ଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇନାହାନ୍ତି ଜଣେ ପୁଅ। ଦେବଗଡ଼ ଜିଲା...

ଅକ୍ଟୋବର ୯କୁ ଦିଆଯିବ ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ଏହି ତାରିଖ ସୁଦ୍ଧା ସରିବ ପ୍ରସ୍ତୁତି

ନୂଆଦିଲ୍ଲୀ,୩।୧୦: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ...

ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଚକ

ପାପଡାହାଣ୍ଡି, ୩।୧୦(ସ୍ବପ୍ନଜିତ ପଟ୍ଟନାୟକ): କୋଡ଼ିଙ୍ଗାରୁ ଜଣେ ରୋଗୀଙ୍କୁ ଛାଡ଼ି ଫେରିବା ବେଳେ ୧୦୮ ଆମ୍ବୁଲାନ୍ସର ବାମ ପଟ ଆଗ ଚକ ଭାଙ୍ଗି ଯାଇଥିଲା। ସୌଭାଗ୍ୟ ବଶତଃ...

ମ୍ୟୁନିସିପାଲଟି ଦାବି ଜୋର୍‌ ଧରିଲା: ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଏମ୍‌ପି-ବିଧାୟକ

ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦେବା ନେଇ ପୁଣି ଦାବି ଉଠିଛି। ବୁଧବାର ଛତ୍ରପୁର ଗସ୍ତରେ ଆସିଥିବା ରାଜ୍ୟ...

ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ଆଶାକର୍ମୀ ସଂଘ

କେନ୍ଦୁଝର,୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ମଜଦୂର ସଂଘ ସହବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ କର୍ମଚାରୀମାନଙ୍କ ସମସ୍ୟାକୁ ନେଇ ଏକ ଦାବିପତ୍ର ଜିଲା ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri