Categories: ଜାତୀୟ

‘କୌଣସି ଅଢେଇ-ଅଢେଇ ବର୍ଷର ଫର୍ମୁଲା ନୁହେଁ’, କର୍ନାଟକରେ ୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ସିଦ୍ଦାରାମାୟା, ମନ୍ତ୍ରୀଙ୍କ ଦାବି

ବେଙ୍କାଲୁରୁ,୨୩।୫: କର୍ନାଟକରେ ବେଶ କିଛି ସମୟ ମନ୍ଥନ ପରେ କଂଗ୍ରେସ ହାଇକମାଣ୍ଡ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଶୁଣିବାକୁ ମିଳୁଥିଲା କି ସିଦ୍ଦାରାମାୟା ଓ ତାଙ୍କ ଡେପୁଟି ବା ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଢେଇ ଅଢେଇ ବର୍ଷର ଫର୍ମୁଲା ସ୍ଥିର ହୋଇଛି। ହେଲେ ଏବେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ କଂଗ୍ରେସ ମନ୍ତ୍ରୀ ଏମବି ପାଟିଲ ଦାବି କରିଛନ୍ତି କି ଦୁଇ ନେତାଙ୍କ ମଧ୍ୟରେ ଶାସନ କ୍ଷମତା ଶେୟାର କରିବାକୁ ନେଇ କୌଣସି ଫର୍ମୁଲା ସ୍ଥିର ହୋଇନାହିଁ।

ପାଟିଲ କହିଛନ୍ତି ଯେ ଯଦି ସେମାନଙ୍କ ମଧ୍ୟରେ ଶାସନ କ୍ଷମତା ବଣ୍ଟନ ସୂତ୍ର ଥାଏ, ତେବେ ହାଇକମାଣ୍ଡ ଏକ ଘୋଷଣା କରିଥାନ୍ତେ। ସିଦ୍ଦରାମାୟା ୫ବର୍ଷ ମୁଖ୍ୟମନ୍ତ୍ରୀ ରହିବେ। ବାସ୍ତବରେ, ଅତୀତରେ କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ନିଷ୍ପତ୍ତି ନେବାକୁ ଏକ ବୈଠକ ଚାଲିଥିଲା। ପ୍ରକାଶ ଯେ, ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ବରିଷ୍ଠ ନେତା ସିଦ୍ଦାରାମାୟାଙ୍କ ସହ ଶାସନ କ୍ଷମତା ବଣ୍ଟନ ଚୁକ୍ତିରେ ରାଜି ହୋଇଥିଲେ।
କଂଗ୍ରେସର ଅନେକ ସୂତ୍ର ଦାବି କରିଛି ଯେ ସିଦ୍ଦାରାମାୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପଦ ବାଣ୍ଟାଯିବ। ସୂତ୍ର ଏହା ମଧ୍ୟ ଦାବି କରିଛି ଯେ ଡି.କେ ଶିବକୁମାର ତାଙ୍କୁ କାର୍ଯ୍ୟକାଳ ପ୍ରଦାନ କରିବାକୁ ପୂର୍ବରୁ ଦାବି କରିଥିଲେ। ତେବେ ପରେ ଯେତେବେଳେ ଶିବକୁମାରଙ୍କୁ ଏହା ବିଷୟରେ ପଚରାଗଲା, ସେ କହିଥିଲେ ଯେ ବର୍ତ୍ତମାନ କେବଳ ଶାସନ, ଲୋକ ଏବଂ ଦେଶ ଉପରେ ଧ୍ୟାନ ଦିଆଯାଇଛି।

Share