Advertisement

ମନ୍ତ୍ରୀ ହତ୍ୟା ମାମଲା, ଡିଜିପି କହିଲେ…

ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏଥିମଧ୍ୟରେ ଶୁକ୍ରବାର ପ୍ରଥମ ଥର ପାଇଁ ପୋଲିସ ଡିଜି ସୁନିଲ କୁମାର ବଂଶଲ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଜଷ୍ଟିସ ଦାସଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ଚାଲିଛି। ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ। ଏହି କ୍ରାଇମର ରହସ୍ୟ ୨ରୁ ୪ ଦିନ ଭିତରେ ଜଣାପଡ଼ିବ ନାହିଁ । ଏ ନେଇ କେନ୍ଦ୍ରର ସହଯୋଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ମଳିଛି। ତଦନ୍ତରେ ସହଯୋଗ କରିବାକୁ ସିଏଫ୍‌ଏସ୍‌ଏଲ୍‌ ଟିମ୍‌ ଓଡ଼ିଶା ଆସିପାରେ। ତଦନ୍ତରେ ସ୍ବଚ୍ଛତା ପାଇଁ ସେଠାକାର ପୋଲିସଙ୍କୁ ବଦଳି କରାଯାଇଛି। ଘଟଣାର ଯେପରିି ପୁନରାବୃତ୍ତି ନହେବ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଡିଜିପି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share