Categories: ଜାତୀୟ

ପାର୍ଲାମେଣ୍ଟରେ ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ, କେବଳ ଗ୍ରୁପ୍‌ କ୍ୟାପଟେନ୍‌ ଜୀବିତ…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ୧୧ ଅଧିକାରୀମାନେ ଶହୀଦ୍‌ ହୋଇଛନ୍ତି। ରାଓ୍ବତଙ୍କ ସ୍ତ୍ରୀ ମଧୁଲିକା ରାଓ୍ବତଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ତେବେ କେବଳ ଗ୍ରୁ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଜୀବିତ ରହିଛନ୍ତି। ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପ୍ରତିରକ୍ଷାମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଗୁରୁବାର ଲୋକ ସଭାରେ ରାଜନାଥ ସିଂ ଏନେଇ ଏଭଳି କହିଛନ୍ତି। ଏହା ସହିତ ସେ ଶହିଦ୍‌ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜେନେରାଲ ରାୱତ ତାଙ୍କ ନିର୍ଦ୍ଧାରିତ ଗସ୍ତରେ ଥିଲେ।

ବୁଧବାର ପୂର୍ବାହ୍ନ ୧୧ଟା ୪୮ରେ ଏମ୍‌ଆଇ-୧୭ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିଥିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ ମଧ୍ୟାହ୍ନ ପ୍ରାୟ ୧୨ଟା ୮ରେ ନିୟନ୍ତ୍ରଣ ହରାଇଥିଲା। ଏହା ଜଳି ଉଠିଥିଲା। ପରେ କିଛି ସ୍ଥାନୀୟ ଲୋକ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ପ୍ରଶାସନର ଏକ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ୱଲିଙ୍ଗଟନ୍‌ ମିଲିଟାରୀ ହସ୍ପିଟାଲକୁ ପଠାଇଥିବା ରାଜନାଥ ସିଂ କହିଛନ୍ତି।

Share