‘ବିଜେଡିର କ୍ଷମତା ନିଶା ଛାଡ଼ିନି’

ଭୁବନେଶ୍ୱର,୧୨।୧୦: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିଥିଲେ। ଏହାକୁ ନେଇ ଭାଜପା-ବିଜେଡି ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ୨୪ ବର୍ଷ ହେବ କ୍ଷମତାରେ ଥିବା ବେଳେ ପୂଜା ମଣ୍ଡପ ବୁଲୁ ନ ଥିଲେ, ଏବେ କ’ଣ ପାଇଁ ପ୍ରତିଯୋଗିତା କରି ବୁଲୁଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡ଼ା ସମାଲୋଚନା କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ବିଜେଡିର ପାଓ୍ବାର ନିଶା ଏଯାଏ ଛାଡ଼ିନି। ଯଦି ସେମାନଙ୍କୁ ଲାଗୁଛି ଲୋକପ୍ରିୟତା କମିନାହିଁ ତେବେ ହାରିଲେ କିଭଳି। ୨୪ ବର୍ଷ କ୍ଷମତାରେ ଥିଲେ ତ ସେ ନିଶା ଏଯାଏ ଛାଡ଼ିନାହିଁ। ହେଲେ ୧୦୦ ଦିନରେ ଆମେ ଯେଉଁ କାମ କରିଛୁ, ଅଦ୍ଭୁତପୂର୍ବ। ନବୀନ ବାବୁଙ୍କର ବୟସ ଅଧିକ ହେଲାଣି। ୨୪ ବର୍ଷ ହେଲା ପୂଜା ମଣ୍ଡପ ବୁଲି ନାହାନ୍ତି, ଏବେ କାହିଁକି ପ୍ରତିଯୋଗିତା କରୁଛନ୍ତି। ମଣ୍ଡପ ନ ବୁଲି ସେ ସଙ୍ଗଠନ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।