ନୂଆଦିଲ୍ଲୀ, ୧୨।୮: ଅପରାଧ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ୧୫୨ ଜଣ ପୋଲିସ ଅଫିସରଙ୍କୁ ୨୦୨୧ ବର୍ଷ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ମେଡାଲ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୨୮ ଜଣ ମହିଳା ପୋଲିସ ଅଫିସର ଥିବା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ପୁରସ୍କୃତ ହୋଇଥିବା ଅଫିସରଙ୍କ ମଧ୍ୟରୁ ୧୫ ଜଣ ସିବିଆଇରୁ ହୋଇଥିବାବେଳେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୧୧ ଜଣ ଲେଖାଏ, ଉତ୍ତରପ୍ରଦେଶରୁ ୧୦, କେରଳ, ରାଜସ୍ଥାନରୁ ୯ ଜଣ ଲେଖାଏ, ତାମିଲନାଡୁର ୮, ବିହାରରୁ ୭, ଗୁଜରାଟ, କର୍ନାଟକ, ଦିଲ୍ଲୀ ପୋଲିସରୁ ୬ ଜଣ ଲେଖାଏ ରହିଛନ୍ତି। ସେହିପରି ତେଲଙ୍ଗାନାରୁ ୫ ଜଣ, ଓଡ଼ିଶା, ହରିୟାଣା, ଆସାମ ଓ ପଶ୍ଚିମବଙ୍ଗରୁ ୪ ଜଣ ଲେଖାଏ ପୁରସ୍କୃତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।