ଭୁବନେଶ୍ୱର,୨୫।୧୦(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ମଲ୍ଲିକ କହିଛନ୍ତି, ମୁଁ ନିଜର କୋଭିଡ ଟେଷ୍ଟ କରାଇଥିଲି, ଯେଉଁଥିରେ ରିପୋର୍ଟ ପଜିଟିଭ ଆସିଛି। ହସ୍ପିଟାଲରେ ମୋର ଚିକିତ୍ସା ଚାଲିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକେ ଖୁବଶିଘ୍ର ନିଜର କୋଭିଡ ଟେଷ୍ଟ କରାଇ ନେବାକୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିବେଦନ କରିଛନ୍ତି।