Categories: ଗଞ୍ଜାମ

ଗଞ୍ଜାମରେ ରେଳ ରାଷ୍ଟ୍ରମନ୍ତ୍ରୀ

ଗଞ୍ଜାମ,୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଗସ୍ତରେ ଥିବା ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାର୍ଦ୍ଧଷଙ୍କୁ ଗଞ୍ଜାମ ସହର ବାଲାଜୀ ମନ୍ଦିରଠାରେ ଭାଜପା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗଞ୍ଜାମରେ ମନ୍ତ୍ରୀ ପହଞ୍ଚିବା ପରେ ଦଳୀୟ ନେତୃବୃନ୍ଦଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ପରେ ବାଲାଜୀ ମନ୍ଦିର ସମ୍ମୁଖରେ ଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମନ୍ତ୍ରୀ ଫେଇଯାଇଥିଲେ। ସମ୍ବର୍ଦ୍ଧନା ବେଳେ ଭାଜପା ଜିଲା ସଭାପତି ବିଭୂତି ଜେନା, ରାଜ୍ୟ କାର୍ଯ୍ୟକରାଣୀ ସଦସ୍ୟ ପ୍ରଶାନ୍ତ କର, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସଂଗଠନ ସମ୍ପାଦକ ଶରତ ସାବତ, ଯୁବମୋର୍ଚ୍ଚା ସମ୍ପାଦକ ସାରଦା ଶତପଥୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ପୂର୍ବତନ ଜିଲାପରିଷଦ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୀର୍ତ୍ତନ ଦାସ, ପୂର୍ବତନ ନଗର ସଭାପତି କାନ୍ତରୁ ଦଳାଇ, ଯୁବନେତା କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁବାସ ଚନ୍ଦ୍ର ସାହୁ,ପୂର୍ବତନ ଡିକେ ରାଓ, ପୂର୍ବତନ କାଉନସିଲର ରଞ୍ଜନ ବେହେରା, ବଣିକ ସଂଘ ସମ୍ପାଦକ କାହ୍ନୁଚରଣ ପଣ୍ଡା, ଭାଜପା ନଗର ସଭାପତି ଗୁରୁଚରଣ ରାଉଳ,ବରିଷ୍ଠ ଭାଜପା ନେତା ଜୟ ଗୌଡ଼, ଭାଜପା ଯୁବନେତା ନିରାକାର ଜେନା, ମନୋରଞ୍ଜନ ସାହୁଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଝରେଡ଼ି ରାଧା ଗୋବିନ୍ଦପୁର ପଞ୍ଚାୟତ ଶିପକୁଦା ଗ୍ରାମରେ ପହଞ୍ଚି କାର୍‌ଗିଲ ଶହୀଦ ପରମବୀର ଅଶୋକ କୁମାର ନାୟକଙ୍କ ସମ୍ମାନ ପାଇଁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।