Categories: ଜାତୀୟ

ପୀୟୁଷଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୪।୭: ରାଜ୍ୟସଭାରେ ଭାଜପା ସଂସଦୀୟ ଦଳ ନେତା ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ନୂଆ ଦାୟିତ୍ୱ ଦିଆଯାଇଛି। ଥାୱରଚନ୍ଦ ଗେହଲଟଙ୍କ ବଦଳରେ ଭାଜପା ତାଙ୍କୁ ରାଜ୍ୟସଭାରେ ନେତା ଭାବେ ଚୟନ କରିଛି। କିଛି ଦିନ ତଳେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନ ହୋଇଥିଲା। ଏଥିରେ ରାଜ୍ୟସଭାରେ ଭାଜପାର ନେତା ଥିବା ଥାୱରଚନ୍ଦ ଗେହଲଟଙ୍କୁ କର୍ନାଟକର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିଲା।

ସେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ମଧ୍ୟ ଅଛନ୍ତି । ୨୦୧୦ରୁ ସେ ରାଜ୍ୟସଭାର ସଦସ୍ୟ ଥିବା ହେତୁ ଦଳ ତାଙ୍କର ଅଭିଜ୍ଞତାକୁ ଦେଖି ଏହି ନୂଆ ଦାୟିତ୍ୱ ଦେଇଛି । ଅନ୍ୟପକ୍ଷେ ଜୁଲାଇ ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରୁ ପୀୟୁଷ ରାଜ୍ୟସଭାରେ ଭାଜପାର ନେତା ଭାବେ କାର୍ଯ୍ୟ କରିବେ।

Share