ଗଲା ମନ୍ତ୍ରୀ ପଦ, ଏବେ ଘର ଘର ବୁଲି ପିଜା କରୁଛନ୍ତି ଡେଲିଭରୀ…

କାବୁଲ,୨୫।୮: ଆଫଗାନିସ୍ତାନ ତାଲିବାନ ପୁଣି କ୍ଷମତାକୁ ଫେରିଛି। ଫଳରେ ବହୁଲୋକ ଜୀବନ ଭୟରେ ଭିଟାମାଟି ଛାଡ଼ିଛନ୍ତି। ପୂର୍ବରୁ ଆଫଗାନିସ୍ତାନରେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ସଂଚାର ଓ ଆଇଟି ମନ୍ତ୍ରୀ ଥିବା ସୈୟଦ ଅହମ୍ମଦ ଶାହା ସାଦତ ଏବେ ଜର୍ମାନୀରେ ରହିଛନ୍ତି। ତେବେ ପାଖରେ କାଣି କାଉଡ଼ି ନ ଥିବାରୁ ପେଟ ପୋଷିବା ପାଇଁ ରାସ୍ତାରେ ସାଇକେଲରେ ବୁଲିବୁଲି ପିଜା ଡେଲିଭରୀ କରୁଛନ୍ତି। ଏବେ ଏହାର ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅହମ୍ମଦ ଜର୍ମାନୀର ଲିଫ୍‌ରାନ୍ଦୋ ନେଟ୍‌ଓ୍ବାର୍କ ପାଇଁ କାମ କରୁଛନ୍ତି। ରାଜରାସ୍ତାରେ ସାଇକେଲ ଚଳାଇ ପଛରେ କ୍ୟାରିବ୍ୟାଗ୍‌ ବୋହି ସେ ପିଜା ପହଞ୍ଚାଇବା ଜାରି ରଖିଛନ୍ତି। ଅହମ୍ମଦ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପୂର୍ବରୁ ୨୦୨୦ରେ ପଦରୁ ଇସ୍ତଫା ଦେଇଥିଲେ।

Share