ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ ହେବ: ମନ୍ତ୍ରୀ ପୂଜାରୀ

ଭବାନୀପାଟଣା,୧୫ା୮(ଉତ୍ତମ କୁମାର ଦାଶ): ଭାଜପା ସରକାର ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ, ଗରିବି ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କଠାରୁ ଭାଜପା ସରକାରଙ୍କ ବଜେଟ୍‌ ୨୪ ଶତକଡା ଅଧିକ ରହିଛି। କୃଷି କ୍ଷେତ୍ର ସହ ମହିଳା, ଯୁବବର୍ଗ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ପୂର୍ବ ସରକାରଠାରୁ ଅଧିକ ବଜେଟ ରଖିଛି। ତେବେ ଜୁନାଗଡ ତହସିଲରେ ହୋଇଥିବା ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ କରାଯିବ ବୋଲି କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଏକ ହୋଟେଲଠାରେ ବୁଧବାର ଭାଜପା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ସେ ଆହୁରି କହିଥିଲେ, ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ଜଙ୍ଗଲ କିସମର ଜମି ପଟ୍ଟା ପ୍ରଦାନ କରାଯିବ। ବର୍ତ୍ତମାନ ହୀରାକୁଦ ବନ୍ଧର ବାସଚ୍ୟୁତ ହୋଇଥିବା ଲୋକଙ୍କୁ ଖୋଜାଚାଲିଛି। ସେମାନଙ୍କୁ ୧୦ଡେସିମିଲ ଜାଗା ପ୍ରଦାନ କରାଯିବ। କଳାହାଣ୍ଡିରେ ମଧ୍ୟ ହୀରାକୁଦ ବିସ୍ଥାପିତ ଲୋକ ଅଛନ୍ତି। ସେତେବେଳେ ବିସ୍ଥାପିତ ହୋଇଥିବା ଅଜା, ପୁଅ ନ୍ୟାୟ ପାଇଲେ ନାହିଁ। କିନ୍ତୁ ଏଥର ତାଙ୍କ ନାତି ଓ ଅଣନାତିଙ୍କୁ ଏ ସରକାର ନ୍ୟାୟ ଦେବା ପାଇଁ ଚେଷ୍ଟା କରୁଛି। ନିର୍ବାଚନ ପୂର୍ବରୁ ଭାଜପା ଯାହା ଇସ୍ତାହାର ଆଣିଥିଲା ତାହା ବର୍ତ୍ତମାନ ପୂରଣ କରି ଚାଲିଛି ବୋଲି ସେ କହିଥିଲେ।
ଜୁନାଗଡ ତହସିଲରେ ହୋଇଥିବା ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଧରିତ୍ରୀରେ ଏ ସମ୍ପର୍କରେ ଖବର ପ୍ରକାଶିତ ପରେ ଜିଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ସେ ସୂଚନା ଦେଇଥିଲେ। ଏହି ଜମି ଘୋଟାଲାରେ ଜୁନାଗଡର ଗୋଟିଏ ପରିବାରର ହାତ ରହିଥିବାବେଳେ ୩ଜଣ ଉପଜିଲାପାଳଙ୍କ ସମୟରେ ଏହା ହୋଇଛି। ଜିଲାପାଳଙ୍କ ତଦନ୍ତ ପରେ ଏହି ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପୂଜାରୀ କହିଥିଲେ। ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏମ୍‌ପି ମାଳବିକା କେଶରୀ ଦେଓ, ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଷୀ, ଜିଲା ଭାଜପା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ...

ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ…

ଭୁବନେଶ୍ୱର, ୨୬।୧୦(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି...

ଗର୍ଜିଲେ ସ୍ବଚ୍ଛକର୍ମୀ: ମିଳିନି ୪ ମାସର ଦରମା

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗୁରୁବାର...

ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ

ରାଜନଗର, ୨୬ା୧୦(ଭାସ୍କର ରାଉତରାୟ):ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟାର ତାଣ୍ଡବରେ ବହୁ ଗଛ ଭାଙ୍ଗିଛି। ଶୁକ୍ରବାର ସକାଳୁ ସ୍ଥାନୀୟ...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଆଜି ୫ ଜିଲାରେ ସ୍କୁଲ ଛୁଟି:ଜାଣନ୍ତୁ କେଉଁ କେଉଁ ଜିଲା…

ଭୁବନେଶ୍ୱର,୨୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ବାତ୍ୟା ପାଇଁ ୩ଦିନ ସ୍କୁଲ ବନ୍ଦ ରହିଥିଲା। ଶନିବାର ସ୍କୁଲ ଖୋଲୁଛି। ମାତ୍ର ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri