ଭୁବନେଶ୍ୱର,୧୦।୧(ବ୍ୟୁରୋ): ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ‘ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମାର୍ଗଦର୍ଶୀକା ଅନୁସାରେ ସଙ୍ଗରୋଧରେ ରହିବା ସହ ନିଜ ନିଜର କୋଭିଡ୍ ପରୀକ୍ଷା କରାଇଦେବାକୁ ଅନୁରୋଧ କରୁଛି।’