Categories: ଜାତୀୟ

ତେଜିଲା ଭାଜପା କଳି:ଦଳରୁ ଇସ୍ତଫା ଦେଲେ ମନ୍ତ୍ରୀ

ଚଣ୍ଡିଗଡ,୫।୯: ହରିୟାଣାରେ ଭାଜପା ଟିକେଟ ବଣ୍ଟନ ପରେ ନେତାଙ୍କ ଅସନ୍ତୋଷ ଖୋଲାଖୋଲି ଭାବେ ଆରମ୍ଭ ହୋଇଛି। ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀ ରଣଜିତ ସିଂ ଚୌତାଲା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଟିକେଟ କଟ ହୋଇଥିବାରୁ ସେ ରାଗିକି ଏପରି ନିଷ୍ପତ୍ତି ନେଇଥିଲେ। ରଣଜିତ କହିଛନ୍ତି, ସେ ଯେକୌଣସି ପରିସ୍ଥିତିରେ ରାନିଆ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦାବୱାଲିରୁ ନିର୍ବାଚନ ଲଢିବା ପାଇଁ ଭାଜପା ମୋତେ ପ୍ରସ୍ତାବ ଦେଇଥିଲା, କିନ୍ତୁ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କଲି। ମୁଁ ଏକ ରୋଡ ଶୋ’ ଦେଖାଇ ମୋର ଶକ୍ତି ପ୍ରଦର୍ଶନ କରିବି। ଯଦିଓ ମୁଁ ଅନ୍ୟ ଦଳରୁ କିମ୍ବା ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢେ, ମୁଁ ନିଶ୍ଚିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି।
ହରିୟାଣାରେ ଟିକେଟ ବଣ୍ଟନ ପରେ ବଡ ଭାଜପା ନେତା ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ରାଟିଆ ଆସନରୁ ଭାଜପା ବିଧାୟକ ଲକ୍ଷ୍ମଣ ନାପା ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏହି ଆସନରୁ ଭାଜପାର ପୂର୍ବତନ ଏମ୍‌ପି ସୁନୀତା ଡଗଲଙ୍କୁ ଟିକେଟ ଦିଆଯାଇଛି।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୬୭ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ପ୍ରଥମ ତାଲିକା ଅନୁଯାୟୀ ଭାଜପା ଏହାର ୯ ବର୍ତ୍ତମାନର ବିଧାୟକଙ୍କ ଟିକେଟ କାଟିଛି।

Share