ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି ଲାଗିଛି। ଏହି କ୍ରମରେ ଚଳିତ ନିର୍ବାଚନରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ତଥା ବିଜେଡିର ବିଜେପୁର ବିଧାନସଭା ପ୍ରାର୍ଥିନୀ ରୀତା ସାହୁ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ବରପାଲିସ୍ଥିତ ସମଲେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବୁଥ୍‌ ନମ୍ବର -୨୧ରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

Share