ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ଆକ୍ରାନ୍ତ ହୋଇଥିବା ମନ୍ତ୍ରୀ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏବଂ ତାଙ୍କ ସ୍ତ୍ରୀ ସୁସ୍ଥ ଥିବା ଲେଖିଛନ୍ତି।
ସେ ଟୁଇଟ୍ କରି ଲେଖିଛନ୍ତି, ଆମ ସଂସ୍ପର୍ଶରେ ୭ ଭିତରେ ଯେଉଁମାନେ ଆସିଛନ୍ତି, ସେମାନେ କୋଭିଡ୍ ଟେଷ୍ଟ କରାଇ ନେବା ପାଇଁ ଅନୁରୋଧ କରିଛନ୍ତି।