Posted inଜାତୀୟ

‘ଯେଉଁମାନଙ୍କୁ ରଙ୍ଗ ଭଲ ଲାଗେନି, ସେମାନେ ଘର ନୁହେଁ ଦେଶ ଛାଡ଼ି ଚାଲି ଯାଆନ୍ତୁ’

ଲକ୍ଷ୍ନୌ,୧୩।୩: ଉତ୍ତରପ୍ରଦେଶରେ ହୋଲି ଏବଂ ଜୁମାର ନମାଜ୍‌କୁ ନେଇ ଆଲର୍ଟରେ ପ୍ରଶାସନ। ଉଭୟ ଗୋଟିଏ ଦିନରେ ପଡ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନେଇ ପୋଲିସକର୍ମୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ସମୟରେ ଯୋଗୀ ସରକାରଙ୍କ ମନ୍ତ୍ରୀ ତଥା ନିଷାଦ ପାର୍ଟିର ଅଧ୍ୟକ୍ଷ ସଞ୍ଜୟ ନିଷାଦ ବଡ଼ ବୟାନ ଦେଇଛନ୍ତି। ଯେଉଁ ଲୋକମାନଙ୍କୁ ହୋଲି ରଙ୍ଗ ଖେଳିବାକୁ ନେଇ ଅସୁବିଧା ଉପୁଜୁଛି, ସେମାନେ ଦେଶ ଛାଡ଼ି ଚାଲି ଯାଆନ୍ତୁ ବୋଲି ସେ କହିଛନ୍ତି।

ସଞ୍ଜୟ ନିଷାଦ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, କିଛି ରାଜନେତା ଏଭଳି ଅଛନ୍ତି ଯିଏ ଆଲିଙ୍ଗନ କରିବାକୁ ଚାହାନ୍ତି ନାହିଁ। ସେମାନଙ୍କ ମନରେ ବିଷ ଭରି ତାଙ୍କୁ ପ୍ରଲୋଭିତ କରାଯାଉଛି। ସେମାନେ ମଧ୍ୟ ଏହି ଦେଶର ନାଗରିକ। ଯେଉଁମାନେ ରଙ୍ଗକୁ ନେଇ ଅସହଜ ମନେ କରୁଛନ୍ତି, ସେ ଘରେ ନୁହଁ ବରଂ ଦେଶ ଛାଡ଼ି ଚାଲି ଯାଆନ୍ତୁ।

ସଞ୍ଜୟ ଆହୁରୀ ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ସର୍ବଦା ଲୋକଙ୍କୁ ଏକଜୁଟ୍‌ କରିବାକୁ ଚେଷ୍ଟା କରୁଛି ଏବଂ ସମାଜର ହିତରେ କାମ କରୁଛି। ଏଣୁ ଅସ୍ଥିରତା ସୃଷ୍ଟି କରୁଥିବା ପ୍ରତିଟି ରଣନୀତିକୁ ବିଫଳ କରାଯିବ। ଜୁମା ପଢ଼ୁଥିବା ବ୍ୟକ୍ତି ଆଲିଙ୍ଗନ କରନ୍ତି ଏବଂ ହୋଲି ପାଳନ କରୁଥିବା ଲୋକେ ବି କରନ୍ତି। ଏହା ପରସ୍ପର ସହ ଭେଟ କରିବା ଏବଂ ଖୁସି ବାଣ୍ଟିବାର ପର୍ବ। ଏଣୁ କିଛି ନେତା ଭିନ୍ନ ପ୍ରକାର ରଙ୍ଗର ବିଷ ମିଶାଇ କାମ କରିବାକୁ ଚାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡ଼ୁ ବ୍ୟକ୍ତି ଡିଜାଇନ୍‌ କରିଥିଲେ ଟଙ୍କାର ପ୍ରତୀକ ‘₹’, ବାପା ଥିଲେ DMK ବିଧାୟକ; ଏବେ ଷ୍ଟାଲିନଙ୍କୁ ଘେରିଲା ଭାଜପା

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ...

ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ, ଫସିଗଲେ ଡଜନେରୁ ଅଧିକ ଲୋକ

ଜମ୍ମୁ,୧୩।୩: ଗୁରୁବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ ଅଞ୍ଚଳରେ ମୁଖ୍ୟ ଟ୍ୟାକ୍ସି ଷ୍ଟାଣ୍ଡର ୧୫ ଫୁଟ ଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅତି କମରେ...

ମୋଦି ମରିସସ୍‌କୁ କାହିଁକି ନେଲେ ମହାକୁମ୍ଭ ଜଳ, ଜାଣନ୍ତୁ କାହା ଇଚ୍ଛା କଲେ ପୂରଣ…

ନୂଆଦିଲ୍ଲୀ,୧୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ମରିସସ୍‌ ଗସ୍ତର ଦ୍ୱିତୀୟ ଦିନରେ ପବିତ୍ର ଗଙ୍ଗା ପୁଷ୍କରିଣୀ ପରିଦର୍ଶନ କରିଥିଲେ ଏବଂ ମହାକୁମ୍ଭ ସମୟରେ...

ବଜେଟରୁ ରୁପି ସିମ୍ବଲ ₹ ହଟାଇଦେଲେ ତାମିଲନାଡୁ ସରକାର; ତୀବ୍ର ହେଲା ଭାଷା ବିବାଦ

ନୂଆଦିଲ୍ଲୀ,୧୩।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେନ୍ଦ୍ର ସରକାରଙ୍କ ସହିତ ଭାଷା ବିବାଦକୁ ବୃଦ୍ଧି କରି, ୨୦୨୫-୨୬ ରାଜ୍ୟ ବଜେଟରେ ‘ରୁବାଇ’ (ତାମିଲରେ ଟଙ୍କା) ରୁ...

ବଜେଟରୁ ‘₹’ ର ପ୍ରତୀକ ହଟାଇଦେଲେ ଷ୍ଟାଲିନ ସରକାର, ଭାଷା ବିବାଦ ମଧ୍ୟରେ ବଡ଼ ପଦକ୍ଷେପ

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ପ୍ରତୀକକୁ ହଟାଇ ଦେଇ ‘ரூ’...

ଭାରତର ଅଦୃଶ୍ୟ ‘ଅସ୍ତ୍ର’ ଦେଖି ଚାଇନା-ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୧୩।୩: ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ ଆକାଶରୁ ଆକାଶ ସ୍ବଦେଶୀ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ...

ରାଷ୍ଟ୍ରପତି ଭବନରେ କେତେ ରୁମ୍‌ ଅଛି, ଭିତରୁ କିପରି ଦେଖାଯାଏ ଦେଖନ୍ତୁ କିଛି ଝଲକ…

ନୂଆଦିଲ୍ଲୀ,୧୩ା୩: ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ରାଷ୍ଟ୍ରପତିଙ୍କୁ ପ୍ରଥମ ନାଗରିକ ଭାବରେ ବିବେଚନା କରାଯାଏ। ଦିଲ୍ଲୀରେ ଅବସ୍ଥିତ ରାଷ୍ଟ୍ରପତି ଭବନ ହେଉଛି ତାଙ୍କର ସରକାରୀ ବାସଭବନ।...

୧୦୦୦ ଟଙ୍କା ପାଇଁ ୫୧ ଲକ୍ଷ ଟଙ୍କା ହରାଇଲେ ମହିଳା: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୩।୩: ଆଜିକାଲି ସୋସିଆଲ ମିଡିଆ ଯୁଗରେ ସବୁକିଛି ଅନଲାଇନରେ ଘଟୁଛି। ପୋଷାକ କିଣିବା ଠାରୁ ଆରମ୍ଭ କରି ବାହାରକୁ ଯିବା ପାଇଁ କ୍ୟାବ ବୁକ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image