Advertisement

ନୟାଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି

ନୟାଗଡ଼ ଅଫିସ,୧୫ା୮: ନୟାଗଡସ୍ଥିତ ପୋଲିସ ଟ୍ରେନିଂ ସ୍କୁଲ(ପିଟିଏସ୍‌)ଠାରେ ୭୪ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଶନିବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରଛନ୍ତି। ପରେ ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି। ମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଆଧୁନିକ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏହାସହ ଜିଲାର ଉଳ୍ଲେଖନୀୟ ଅବଦାନ ସ୍ମୃତିକୁ ମନେ ପକାଇଛନ୍ତି। ଜିଲାର ରଘୁନାଥ ମହାନ୍ତି, ଦିବାକର ପରି ଓ କଷ୍ଟି ଡାକୁଆଙ୍କ ଭଳି ସ୍ବାଧୀନତା ସଂଗ୍ରାମୀମାନଙ୍କର ଦେଶଭକ୍ତି ଓ ଆତ୍ମ ବଳିଦାନ ଦେଶକୁ ସ୍ବାଧିନତା ଦେବାରେ ସହାୟକ ହୋଇଥିବା କହିଛନ୍ତି। ପ୍ରଶାସନ ପକ୍ଷରୁ ତ୍ରିନାଥ ଛକଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧକ୍ଷକ ପ୍ରତ୍ୟୁଷ ଦିଓ୍ବାକର, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲାପଳ ଲଗ୍ନଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel