ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୋମବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୁଁ କରୋନା ପଜିଟିଭ୍‌। ମୋ’ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଅନ୍ୟପକ୍ଷରେ ଯେଉଁମାନେ କିଛିଦିନ ମଧ୍ୟରେ ମୋ’ ସମ୍ପର୍କରେ ଆସିଛନ୍ତି ସେମାନେ ତାଙ୍କର ଟେଷ୍ଟ କରାଇ ନିଅନ୍ତୁ ଏବଂ ଆଇସୋଲେଶନ୍‌ରେ ରୁହନ୍ତୁ ବୋଲି ମନ୍ତ୍ରୀ ନିବେଦନ କରିଛନ୍ତି।

Share