କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସଂପ୍ରସାରଣ ଅବସରରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏମ୍‌ଏସ୍‌ଏମ୍‌ଇ ଓ ପଶୁସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ । ଲୋକ ସଭା ନିର୍ବାଚନରେ ସେ ବାଲେଶ୍ୱରୁ ନିର୍ବାଚିତ ହେବା ପରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏହି ପଦରେ ପ୍ରାୟ ୨ ବର୍ଷ ରହିବା ପରେ ସେ ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି।

ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ । ଏଥିରେ ଓଡ଼ିଶାରୁ ଦୁଇ ଜଣ ସ୍ଥାନ ପାଇବାର ସମ୍ଭାବନା ରହିଛି । ମୟୂରଭଞ୍ଜ ଏମ୍‌ପି ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ଏମ୍‌ପି ଅଶ୍ୱିନୀ ବୈଷ୍ଣବ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଡକାଯାଇଥିଲା । ୪୭ ଜଣ ଏମ୍‌ପି ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସେମାନେ ସମସ୍ତେ ଏକାଠି ହୋଇଥିଲେ। ଏଥିରେ ଓଡ଼ିଶାରୁ ଦୁଇ ଜଣ ଥିଲେ।

Share