ମୁଣ୍ଡୁଳିରେ ବନ୍ୟାସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ

କଟକ ଅଫିସ, ୧୫।୮: ଲଘୁଚାପ ପ୍ରଭାବରେ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଏହାକୁ ନେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଣ୍ଡୁଳିରେ ପହଞ୍ଚି ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ ମୁଣ୍ଡୁଳିରେ ଥିବା କଣ୍ଟ୍ରୋଲ ରୁମ୍‌ରେ ବନ୍ୟା ଜଳ ନିଷ୍କାସନ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିବା ସହ ମୁକାବିଲା ପାଇଁ ନେଇ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି ।

Share