ତାରାତାରିଣୀଙ୍କୁ ଦର୍ଶନ କରି ମଙ୍ଗଳକାମନା କଲେ ମନ୍ତ୍ରୀ

ପୁରୁଷୋତ୍ତମପୁର, ୧୧।୬(ଡି.ଏନ୍‌.ଏ.): ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଶନିବାର ମା’ ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ବିକାଶ ଲାଗି କାମ କରିବେ ବୋଲି ଗଣମଧ୍ୟମକୁ କହିଛନ୍ତି।

ମନ୍ତ୍ରୀଙ୍କ ପରିଦର୍ଶନ ବେଳେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ଶୁଭ୍ରାଂଶୁଶେଖର ସାବତ, ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଉପାଧ୍ୟକ୍ଷା ମମତା ବାରିକ, ସୀତାରାମ ପାଣିଗ୍ରାହୀ, ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଦଳୀୟ କର୍ମକର୍ତ୍ତା ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Share