ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ, କହିଲେ…

ପାଟଣା,୨୫।୧୦(ବୀରକିଶୋର ଦାଶ): ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପରେ ମଧ୍ୟ ଟଳିନି ବିପଦ। ଏଭଳିସ୍ଥିତିରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଶରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ତୁରୁମୁଙ୍ଗା ପଞ୍ଚାୟତ ନିହ୍ନୁଆ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ପରିଦର୍ଶନ କରିଛନ୍ତି। ତାଙ୍କ ସହ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଡିଏଫଓ ଧନରାଜ ହନୁମନ୍ତ ଧାମଧେର ପ୍ରମୁଖ ସାମିଲ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଏବଂ ବିଧାୟକ ଆଶ୍ରୟସ୍ଥଳରେ ରହିଥିବା ଜନସାଧାରଙ୍କୁ ଭେଟି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏପରିକି ବାତ୍ୟା ଆଶ୍ରୟସ୍ଥଳ ପରିଚାଳନାରେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍ଥାନୀୟ ପଞ୍ଚାୟାତ କାର୍ଯ୍ୟ ର୍ନିିବାହୀ ଅଧିକାରୀ ମାନେ ସାମିଲ ହୋଇଥିଲେ।

Share