କୃଷିରେ ମନୋନିବେଶ ଲାଗି ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୪। ୮(ବ୍ୟୁରୋ): ଗହ୍ମାପୂର୍ଣ୍ଣିମା ଏକ ଗଣପର୍ବ ରୂପେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଏ। ଏହିଦିନ ଭଗବାନ ବଳରାମ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ସଂସ୍କୃତିରେ କୃଷି ଓ ପଶୁପାଳନର ମୁଖ୍ୟ ବିନ୍ଧାଣି ହେଉଛନ୍ତି ବଳରାମ। ତେଣୁ ତାଙ୍କ ଜନ୍ମଦିନରେ ଗୋମାତାର କୃଷକ ପରିବାରକୁ ଅବଦାନ ବିଷୟରେ ସ୍ମରଣ କରିବାକୁ ଯାଇ ସେମାନଙ୍କ ପୂଜାର୍ଚ୍ଚନା କରାଯାଏ। ଗହ୍ମାପୂର୍ଣ୍ଣିମା ତଥା ରକ୍ଷାବନ୍ଧନର ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ସାମାଜିକ ଦୂରତା ରକ୍ଷାକରି ଗୋମାତାଙ୍କ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟରେ ସମସ୍ତ ଚାଷୀ, ଗୋପାଳକ ଓ କୃଷି ପରିବାରର ସମସ୍ତ ସଦସ୍ୟଙ୍କୁ ସେ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜ୍ଞାପନ କରିଛନ୍ତି। କୋଭିଡ୍‌-୧୯ ମହାମାରୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବନଜୀବିକାର ସମ୍ଭାବନା ରଖୁଥିବା କୃଷି ଓ ପ୍ରାଣୀପାଳନ କ୍ଷେତ୍ରରେ ମନୋନିବେଶ କରିବାକୁ ରାଜ୍ୟର କୃଷକ ସମାଜକୁ ସେ ବିନମ୍ର ନିବେଦନ କରିଛନ୍ତି।

Share