ମନ୍ତ୍ରୀଙ୍କୁ ମିଳିଲା ଚାମ୍ବର:ଜାଣନ୍ତୁ କିଏ କେଉଁଠି ବସିବେ

ଭୁବନେଶ୍ୱର,୧୯ା୬(ଅନିଲଦାସ):ଭାଜପା ସରକାରର ମନ୍ତ୍ରୀମାନଙ୍କୁ ମଙ୍ଗଳବାର ଲୋକସେବା ଭବନରେ ଅଫିସ କାର୍ଯ୍ୟ ପାଇଁ ରୁମ୍‌ ଆବଣ୍ଟିତ ହୋଇଛି। ମନ୍ତ୍ରିମଣ୍ଡଳର ୧୫ ଜଣ ମନ୍ତ୍ରୀଙ୍କୁ ଲୋକସେବା ଭବନ ମନ୍ତ୍ରୀ କରିଡ଼ରର ପ୍ରଥମ ଓ ଦ୍ୱିତୀୟ ମହଲାରେ କାର୍ଯ୍ୟାଳୟ ପାଇଁ ରୁମ ମିଳିଛି। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ନିଜେ ବସିବେ ଓ ଦ୍ୱିତୀୟ ମହଲାରେ ୬ଜଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିବ।
ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲାର ମନ୍ତ୍ରୀ କରିଡରରେ ରୁମ୍‌ ନମ୍ବର ୨୩ ଓ ୨୪ ଆବଣ୍ଟିିତ ହୋଇଥିବା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଦ୍ୱିତୀୟ ମହଲାରେ ରୁମ୍‌ ନମ୍ବର ୨ ଓ ୩, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦ୍ୱିତୀୟ ମହଲାର ରୁମ୍‌ ନମ୍ବର ୪ ଓ ୫ , ପୂର୍ତ୍ତ ମନ୍ତ୍ରୀ ପୃଥିୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ମହଲାର ରୁମ ନମ୍ବର ୧୦ ଓ ୧୧, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ରୁମ୍‌ ନମ୍ବର ୧୯ ଓ ୨୦, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ରୁମ ନମ୍ବର ୨୧ ଓ ୨୨ ଆବଣ୍ଟିତ ହୋଇଛି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଲୋକସେବା ଭବନର ପ୍ରଥମ ମହଲାର ମନ୍ତ୍ରୀ କରିଡ଼ର ରୁମ ନମ୍ବର ୧୬,୧୭ ଓ ୧୮ ନମ୍ବର ରୁମ୍‌ ଆଣ୍ଟିଟିତ ହୋଇଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଥମ ମହଲାର ରୁମ ନମ୍ବର ୧୯,୨୦ ଓ ୩ ନମ୍ବର ରୁମ୍‌ ଦିଆଯାଇଛି। ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପ୍ରଥମ ମହଲାର ରୁମ ନମ୍ବର ୧ ଓ ୨, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ପ୍ରଥମ ମହଲାର ରୁମ ନମ୍ବର ୮ ଓ ୧୩, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରଥମ ମହଲାର ରୁମ୍‌ ନମ୍ବର ୬ ଓ ୭, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ପ୍ରଥମ ମହଲାର ରୁମ୍‌ ନମ୍ବର ୧୧ ଓ ୧୨, ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ପ୍ରଥମ ମହଲାର ରୁମ ନମ୍ବର ୧୪ ଓ ୧୫ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ପ୍ରଥମ ମହଲାର ରୁମ୍‌ ନମ୍ବର ୪ ଓ ୫ ବଣ୍ଟନ କରାଯାଇଛି। ଏହିସବୁ ରୁମ୍‌ ଆବଣ୍ଟିତ ହେବାପରେ ଖୁବଶୀଘ୍ର ମନ୍ତ୍ରୀମାନଙ୍କ ହିସାବରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ମରାମତି ଓ ନବୀକରଣ କାର୍ଯ୍ୟ କରାଯିବ।

Share