ନୀଳ ଗାମୁଛାକୁ ମନ୍ତ୍ରୀ, ଏମ୍‌ପିଙ୍କ…

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ବୁଧବାର ଗଞ୍ଜାମ ଜିଲା ପରିଷଦ ବୈଠକ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ପ୍ରତି ୩ ମାସକୁ ଥରେ ଜିଲା ପରିଷଦ ବୈଠକ ବସିବା ନିୟମ ଥିଲା ବେଳେ ଗଞ୍ଜାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତବର୍ଷ ଜୁଲାଇରେ ଭିସି ମାଧ୍ୟମରେ ବୈଠକ ବସିଥିଲା। ଗତ ମାସରେ କନିଷ୍ଠ ଶିକ୍ଷକ ତାଲିକା ଅନୁମୋଦନ ନେଇ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା। ଜ଼ିଲା ପରିଷଦ ବୈଠକ ବର୍ଷେ ହେଲା ହୋଇ ନ ଥିବା ଦର୍ଶାଇ ବିଜେଡିର ସମସ୍ତ ଜ଼ିଲା ପରିଷଦ ସଦସ୍ୟ ଅଧାରୁ ଚାଲିଯାଇଥିଲେ। ବୁଧବାର ବୈଠକରେ ବହୁ କ୍ଷେତ୍ରରେ ବ୍ୟାପକ ବ୍ୟତିକ୍ରମ ଓ ନିୟମ ବିରୋଧୀ କାର୍ଯ୍ୟ ଦେଖିବାକୁ ମିଳିଥିଲା।

ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ବିଜେଡି ଜିଲା ପରିଷଦ ସଭ୍ୟାସଭ୍ୟମାନେ ନୀଳ ଗାମୁଛା ବେକରେ ପକାଇ ବସିଥିବା ଦେଖିବାକୁ ମିଳିଥିଲା । ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ଓ ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ ତାଙ୍କ ବକ୍ତବ୍ୟରେ ଉକ୍ତ ନୀଳ ଗାମୁଛାକୁ ନେଇ ସେମାନଙ୍କୁ ଆକ୍ଷେପ କରିଥିଲେ।

ଜିଲା ପରିଷଦ ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ରେଡ୍ଡୀ କ୍ଷୁବ୍ଧ ହେବା ସହ ବେକରେ ନୀଳ ଗାମୁଛା ପକାଇ ବୈଠକକୁ ଆସିବା ଆମ୍ଭକୁ ଭାଜପା ବିଧାୟକମାନେ ଶିଖାଇଥିଲେ ବୋଲି କହିଥିଲେ। ଗତ ସ୍ବତନ୍ତ୍ର ବୈଠକରେ ଭାଜପା ବିଧାୟକମାନେ କମଳା ରଙ୍ଗର ଗାମୁଛା ପକାଇ ମଞ୍ଚରେ ବସିଥିଲେ, ଏହାର ଫଟୋ ଦେଖିପାରିବେ ବୋଲି ସେ ମନ୍ତ୍ରୀ ଓ ଏମ୍‌ପିଙ୍କୁ ମନେ ପକାଇ ଦେଇଥିଲେ। ସେହିପରି ମନ୍ତ୍ରୀ ଓ ଆସିକା ଏମପିଙ୍କ ପକ୍ଷରୁ ନାଲି ଗାମୁଛା ବେକରେ ପକାଇବା ନେଇ ଆକ୍ଷେପକୁ ଜିଲା ପରିଷଦ ସଭ୍ୟ ଦୀପକ ସାମଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ମୁମ୍ବାଇ ଗୌରବ ସମ୍ମାନ

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): ଚଳିତ ମାସ ୬ ତାରିଖରେ ମୁମ୍ବାଇସ୍ଥିତ ଦାଦର ସ୍ବାତନ୍ତ୍ର୍ୟବୀର ସାବରକର ଅଡ଼ିଟୋରିୟମଠାରେ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ...

୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭବାନୀପାଟଣା,୯ା୧୦ (ଉତ୍ତମ କୁମାର ଦାଶ): ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀଠାରୁ ବିଜେଡି ସଭ୍ୟ...

ଟ୍ରକ୍‌ ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ, ଜଣେ ଗୁରୁତର

ଥୁଆମୂଳ ରାମପୁର,୯ା୧୦(ଦୁର୍ଗା କୀର୍ତ୍ତି): ପୋଲିସ ପ୍ରଶାସନର ଘନଘନ ରୋଡ୍‌ ସୁରକ୍ଷା ସଚେତନତା ସତ୍ତ୍ୱେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଆଉ ବିଶେଷକରି କଳାହାଣ୍ଡି...

୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି,୯ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଜଗଦଲପୁରରେ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣ ବୁଧବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ...

ତାରରେ ଲୁଗା ଶୁଖାଉଥିବାବେଳେ ମହିଳାଙ୍କୁ ମାରିଲା କରେଣ୍ଟ, ଆଉ ତା’ ପରେ…

ବାଲିଗୁଡ଼ା,୯ା୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଆଘାତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା...

ରାଜପଥରେ ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌, ଚାଲିଗଲା ଯୁବକଙ୍କ ଜୀବନ

କୋରାପୁଟ,୯ା୧୦(ଅମିତାଭ ବେହେରା): କୋରାପୁଟରୁ ବିଶାଖାପାଟଣା ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ଡୁମୁରିପୁଟଠାରେ ଏକ ସ୍କୁଟି ସହ ଟ୍ରକ୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ...

୬୦୨୫ ଟି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୯ା୧୦: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ...

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି: ଏତିକି ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା…

ଭୁବନେଶ୍ୱର,୯ା୧୦: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗ(ପିଏସୟୁ)ରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଛି। ଏହି ଭତ୍ତା ୪ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri