ଭୁବନେଶ୍ୱର,୩୧।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର ଦନ୍ତର ଦିଗକୁ ନେଇ ଉଠୁଥିବା ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ସହ ହାଇକୋର୍ଟଙ୍କ ଅନୁମୋଦନରେ ଜୁଡିସିଆଲ ତଦନ୍ତ କରାଯିବ । ତାହା ଟ୍ରାନ୍ସପରେଣ୍ଟ ହେବ ।
ତଦନ୍ତର ଫଳାଫଳ କ’ଣ ହେଉଛି ତାକୁ ଅପେକ୍ଷା କରିବାକୁ କହିଛନ୍ତି ଦେବୀ। ଅନ୍ୟପକ୍ଷେ ବିରୋଧୀ କେଉଁଥିରେ ସନ୍ତୁଷ୍ଟ ନାହାନ୍ତି ? ଯଦି ସେମାନେ କିଛି ଜାଣିଛନ୍ତି କିମ୍ବା ତଦନ୍ତରେ କିଛି କମି ରହିବ ବୋଲି ଭାବୁଛନ୍ତି ସେମାନେ ସ୍ପଷ୍ଟ କୁହନ୍ତୁ ବୋଲି ସେ କହିଛନ୍ତି ।