ସୁନକ ଅଣଦେଖା କରିବାରୁ ମନ୍ତ୍ରୀଙ୍କ ଇସ୍ତଫା

ଲଣ୍ଡନ,୧।୭: ବ୍ରିଟେନ୍‌ ପରିବେଶ ମନ୍ତ୍ରୀ ଜାକ୍‌ ଗୋଲ୍ଡସ୍ମିଥ୍‌ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପରିବେଶ ବିଭାଗକୁ ନେଇ ପ୍ରଧାନମନ୍ତ୍ରୀ ଋଷି ସୁନକ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଜାକ୍‌। ବିଭାଗ ପ୍ରତି ବ୍ରିଟେନ୍‌ ସରକାରଙ୍କ ଖାମଖିଆଲ ମନୋବୃତ୍ତି ତାଙ୍କ କାମରେ ପ୍ରତିବନ୍ଧକ ସାଜୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଜାକ୍‌ଙ୍କର ଭଲ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି।

Share