![](https://www.dharitri.com/wp-content/uploads/2025/01/bbb-1-1568x882.jpg)
ଭୁବନେଶ୍ୱର,୩୦।୧: ରାଶନ କାର୍ଡକୁ ନେଇ ବଡ଼ ଅପଡେଟ୍ ଆସିଛି। ରାଶନ କାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସ୍ପଷ୍ଟୀକରଣ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଠିକା କର୍ମଚାରୀଙ୍କୁ ରାଶନ କାର୍ଡ ଫେରାଇବାକୁ କହି ନାହିଁ। ବଡ଼ ଚାକିରି କରିନଥିବା ଲୋକଙ୍କୁ କାର୍ଡ ଫେରାଇବାକୁ କହିନି। ଯେଉଁମାନେ ୧୦/୧୨ ହଜାର ଦରମା ପାଉଛନ୍ତି ଅସୁବିଧା ନାହିଁ। ସେମାନଙ୍କୁ ଫେରାଇବାକୁ କହିନି କି ଫେରାଇବା ଦରକାର ନାହିଁ। ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ଫେରାନ୍ତୁ। ୩୦/୪୦ ହଜାର ଦରମା ପାଉଥିଲେ ଫେରାନ୍ତୁ, ନଚେତ୍ ସେମାନେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନ୍ୟପଟେ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYCକୁ ନେଇ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି E-KYC ଅପଡେଟ୍ ଫେବୃଆରୀ ୧୫କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା। କିଛି ଲୋକ E-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।