ଦୁର୍ନୀତି ଅଭିଯୋଗରେ ଡିଜିସିଏ ନିର୍ଦ୍ଦେଶକ ନିଲମ୍ବିତ

ନୂଆଦିଲ୍ଲୀ,୨୨ା୧୧: ଦୁର୍ନୀତି ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ କ୍ୟାପଟେନ ଅନିଲ ଗିଲଙ୍କୁ ନିଲମ୍ବିତ କରିଛନ୍ତି ସରକାର। ଦୁର୍ନୀତି ବିରୋଧରେ ସରକାରଙ୍କ ଶୁନ୍ୟ ସହନଶୀଳ ନୀତି ଥିବା ସରକାର କହିଛନ୍ତି। ଏଭଳି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ। ନିକଟରେ ଡିଜିସିଏ ଲାଞ୍ଚ ମାମଲା ସିବିଆଇ ଏବଂ ଇଡିକୁ ହସ୍ତାନ୍ତର କରିବାକୁ ଦାବି କରିଥିଲା ଉଠିଥିଲା। ଯାହାପରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସୂଚନା ଅନୁସାରେ ମନ୍ତ୍ରଣାଳୟ ଏବଂ ଡିଜିସିଏ ଗିଲଙ୍କ ବିରୋଧରେ ଅଜଣା ସୂତ୍ରରୁ ଏକ ଇମେଲ ମାଧ୍ୟମରେ ଅଭିଯୋଗ ପାଇଥିଲେ, ଯିଏକି ଏରୋସ୍ପୋର୍ଟ ବିଭାଗରେ ପୁନଃ ନିଯୁକ୍ତ ହୋଇଥିଲେ।

Share