Categories: ଜାତୀୟ

ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ଉପହାର

ନୂଆଦିଲ୍ଲୀ,୧୭ ।୯: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ବିଶ୍ୱରେ ଯେତେପ୍ରକାର ଉପହାର ମିଳିଛି ତା’ର ନିଲାମି କରାଯିବ ବୋଲି କହିଛି । ଏହାର ଇ-ନିଲାମି କରାଯିବ । ଏଥିରୁ ଯେଉଁ ଅର୍ଥ ମିଳିବ ତାହା ନମାମି ଗଙ୍ଗେ ମିଶନକୁ ଦିଆଯିବ । ସ୍ମୃତି ଚିହ୍ନ ଭାବେ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସର ସ୍ପୋର୍ଟସ ଗିୟର ଓ ଉପକରଣ, ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି. ଚାରଧାମ, ରୁଦ୍ରାକ୍ଷ କନଭେନଶନ ସେଣ୍ଟର, ମଡେଲ, ମୂର୍ତ୍ତି, ପେଣ୍ଟିଂ ଅଙ୍ଗବସ୍ତ୍ର ଆଦିର ଇ ନିଲାମି କରାଯିବ । ବ୍ୟକ୍ତି ବା ସଙ୍ଗଠନ ୧୭ ସେପ୍ଟେମ୍ବରରୁ ୭ ଅକ୍ଟୋବର ମଧ୍ୟରେ ଇ-ନିଲାମିରେ ଭାଗ ନେଇପାରିବେ । ଏହାର ସାଇଟ ହେଲା https://pmmementos.gov.in
ଏବେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୌନ୍ଦଯ୍ୟ ବୃଦ୍ଧି କରୁଥିବା ୨୭୦୦ ଉପହାରର ନିଲାମି କରାଯିବ ।

Share